ଯଦି ଆପଣ ଗୋଟିଏ ହେଲମେଟ କିଣିବାକୁ ଯୋଜନା କରୁଛନ୍ତି ତେବେ ସାବଧାନ | 

ISI  ପ୍ରମାଣ ପତ୍ର ବାଧ୍ୟତା ମୂଳକ

0 284

ମୁଖ୍ୟାଂଶ :

ସଡକ ପରିବର୍ତ୍ତନ ଓ ରାଜମାର୍ଗ ମନ୍ତ୍ରାଳୟଙ୍କ ବିନା ISO ପ୍ରମାଣପତ୍ର ଥିବା ହେଲମେଟ କୁ ବିକ୍ରି କରିବାକୁ ରୋକ ଲଗାଯାଇଛି|

ସମ୍ପୂର୍ଣ ସମ୍ବାଦ:

ମାନ୍ୟବର ସଡକ ପରିବହନ ଓ ରାଜମାର୍ଗ ମନ୍ତ୍ରାଳୟଙ୍କ ଅଧିସୂଚନା ଅନୁସାରେ କୌଣସି କମ୍ପାନୀ ବିନା ISI ପ୍ରମାଣ ପତ୍ରରେ ହେଲମେଟ ବିକି ପାରିବେନି | ସୂଚନା ଅନୁସାରେ ଯଦି ନୋଟିସ ମିଳିବାର ଦୁଇ ମାସ ପରେ ଯଦି କୌଣସି ବେପାରି ବିନା ISI ପ୍ରମାଣ ପତ୍ରରେ ହେଲମେଟ ଗ୍ରାହକଙ୍କୁ ବିକ୍ରୟ କରନ୍ତି ତେବେ ତାଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ | ଯାହାକି ଦୁଇ ବର୍ଷ ଜେଲ ଦଣ୍ଡ କିମ୍ବା ଦୁଇ ଲକ୍ଷ ପର୍ଯ୍ୟନ୍ତ ଜୋରିମାନା ହୋଇପାରେ |
ଷ୍ଟିଲବାର୍ଡ଼ ହେଲମେଟ ର MD  ରାଜୀବ କପୁର , ସରକାରଙ୍କ ନିଷ୍ପତିକୁ ସ୍ୱାଗତ କରୁଛନ୍ତି | “ବିନା ISI ପ୍ରମାଣ ପତ୍ର ହେଲମେଟ ନକଲି ଔଷଧ ସହିତ ସମାନ” |
ବିଦେଶୀ ବ୍ରାଣ୍ଡରେ ମୂଲ୍ୟବାନ ହେଲମେଟ ଉପରେ ମଧ୍ୟ ନୋଟିସ ଲାଗୁ ଅଟେ | ବିଦେଶୀ ବ୍ରାଣ୍ଡ ଯେପରିକି ଏମଟି , ସୁସ , ସାର୍କ , ବେଲ ଇତ୍ୟାଦି ISI  ପ୍ରମାଣ ପତ୍ର ଆମେରିକାକୁ  ବାଧ୍ୟତା ମୂଳକ | ନଚେତ ସେମାନଙ୍କୁ ଆମ ଦେଶରେ ବିକ୍ରି କରିବାକୁ ସୁଯୋଗ ମିଳିବନି | ସୂଚନା ଯୋଗ୍ୟ ଯେ ଆହୁରି ମଧ୍ୟ ISI କିଛି ଗାଇଡଲାଇନ ଜାରି କରୁଛି | ଯେପରିକି ହେଲମେଟ ହାଲ୍କା ହେବ ଦରକାର | ଲୋକମାନେ ଆରମରେ ନିଶ୍ୱାସ ପ୍ରଶ୍ୱାସ ନେଇପାରୁଥୁବା ଦରକାର | ଏହି ନିୟମ ଫଳରେ ଶସ୍ତା ହେଲମେଟ ପାଇଁ ଜୀବନ ଯାଉଥିବା ଲୋକମାନଙ୍କ ସଂଖ୍ୟା ହ୍ରାସ ପାଇବ |

Comments
Loading...