ନନ୍ଦକିଶୋର ବଳଙ୍କ ଦ୍ୱାରା ରଚିତ ପୁସ୍ତକ

0 223

ପଲ୍ଲୀକବି ନନ୍ଦକିଶୋର ବଳ 1875 ମସିହା ଡିସେମ୍ବର 22 ତାରିଖରେ କଟକ ଜିଲ୍ଲାର କୁସୁପୁର ଗ୍ରାମରେ ଜନ୍ମଗ୍ରହଣ କରିଥିଲେ | ତାଙ୍କ ନାମ ପ୍ରଥମେ ରସନନ୍ଦ ଜେନା ଥିଲା | ତାଙ୍କ ମାଉସୀମା ତାଙ୍କୁ ପୋଷ୍ୟ ପୁତ୍ର ଭାବେ ଗ୍ରହଣ କରିଥିଲେ | ସେ ପଲ୍ଲୀକବି ନାମରେ ସାରା ଓଡ଼ିଶାରେ ଜଣାଶୁଣା | ନନ୍ଦକିଶୋର ବଳଙ୍କ ମୃତ୍ୟୁ 1928 ମସିହା 1 ଜୁଲାଇ ମାସରେ ହୋଇଥିଲା | ତାଙ୍କର ଦେହାନ୍ତ ସମୟରେ ତାଙ୍କର ବୟସ 52 ବର୍ଷ ହେଇଥିଲା |

                             ପଲ୍ଲୀକବି ନନ୍ଦକିଶୋର ବଳଙ୍କ ଦ୍ୱାରା ରଚିତ ପଲ୍ଲୀଚିତ୍ର ବେଶ ଲୋକପ୍ରିୟତା ହାସଲ କରିଥିଲା | ଏଥିରେ ତତ୍କାଳୀନ ସମାଜରେ ଚିତ୍ର ଉପସ୍ଥାପନା କରାଯାଇଥିଲା | ତାଙ୍କ ଦ୍ୱାରା ରଚିତ ଶ୍ରେଷ୍ଠ ପାଞ୍ଚଟି ପୁସ୍ତକ ନିମ୍ନରେ ବର୍ଣ୍ଣନା କରାଗଲା |

ନାନାବାୟାଗୀତ  :- ନାନାବାୟାଗୀତ  1943 ରେ ରଚିତ ହୋଇଥିଲା | ତତ୍କାଳୀନ ସମାଜରେ ଏହା ବେଶ ଜନପ୍ରିୟ ଥିଲା | ଏଥିରେ ତତ୍କାଳୀନ ସମାଜରେ ମା ଅଝଟ ପିଲାଙ୍କୁ କିଭଳି ନାନାବାୟା ଗୀତ ଗାନ କରି ସେମାନଙ୍କୁ ବୁଝାଉଥିଲା ତାହା ପରିଦୃଷ୍ଟ |

ନିଝରୀଣି :- ନିଝରୀଣି ପ୍ରବାହିତ ଏକ ଝରଣା ଉପରେ ପର୍ଯ୍ୟବେସିତ | ଝରଣା ମନରେ ମାନବ ସମାଜ ପ୍ରତି କିଭଳି ଭାବାଦେଶ ରହିଛି ତାହା ନିଝରୀଣି ରେ ଅତି ବୋଧଗମ୍ୟ ଭାଷାରେ ବର୍ଣ୍ଣନା କରାଯାଇଛି |

ବସନ୍ତ କୋକିଳ :- ବସନ୍ତ ଋତୁରେ କୋଇଲି କିପରି ସକ୍ରିୟ ହୋଇଥାଏ ତାହା ବସନ୍ତ କୋକିଳରେ ବର୍ଣ୍ଣନା କରାଯାଇଛି | କୋଇଲି କିପରି ପ୍ରେମୀ ଯୁଗଳଙ୍କ ଭାବାଦେଶକୁ ପରିପ୍ରକାଶ କରିଛି ତାହା ଏଠି ବର୍ଣ୍ଣନା କରାଯାଇଛି |

ତରଙ୍ଗିଣୀ :- ତରଙ୍ଗିଣୀ କିଭଳି ସମାଜ ଉପରେ ପ୍ରଭାବ ପକାଇଥାଏ ସେ ନେଇ ନନ୍ଦକିଶୋର ଵଳ ଅତି ସୁନ୍ଦର ଭାବେ ବର୍ଣ୍ଣନା କରିଛନ୍ତି | ଗ୍ରାମ୍ୟ ଜୀବନରେ ତରଙ୍ଗିଣୀର କିଭଳି ସ୍ଥାନ ରହିଛି ତାହା ନନ୍ଦକିଶୋର ଅତି ସୁନ୍ଦର ଭାବେ ବର୍ଣ୍ଣନା କରିଚାହଁନ୍ତି |

ପଲ୍ଲୀଚିତ୍ର :-  ପଲ୍ଲୀକବି ନନ୍ଦକିଶୋର ବଳ ଗ୍ରାମ୍ୟ ଜୀବନରେ ପ୍ରତ୍ୟେକ ଘଟଣାକୁ ନିଜ କବିତା ମାଧ୍ୟମରେ ପ୍ରକାଶ କରିଥିଲେ | ତାଙ୍କ ଦ୍ୱାରା ରଚିତ ପଲ୍ଲୀଚିତ୍ର ତତ୍କାଳୀନ ସମୟରେ ବେଶ ଲୋକପ୍ରିୟତା ହାସଲ କରିଥିଲେ | ଏଥିରେ ତତ୍କାଳୀନ ଗ୍ରାମୀଣ ସମାଜର ଚିତ୍ର ଉପସ୍ଥାପନା କରାଯାଇଥିଲା |

Comments
Loading...