ଡାକ୍ତରଖାନାରୁ ଫେରିଲେ : ରୋନାଲଡୋ

0 190

୧୪।୮ (ଏଏଫ୍‌ପି)- ଡାକ୍ତରଖାନାରୁ ଫେରିଛନ୍ତି ଅବସରପ୍ରାପ୍ତ ବ୍ରାଜିଲିଆନ ଷ୍ଟ୍ରାଇକର ରୋନାଲ୍‌ଡୋ | ଷ୍ଟ୍ରାଇକର ଭୁତାଣୁ ଜନିତ ରୋଗରେ ପୀଡିତ ହୋଇଥିଲେ, ଏବଂ ୪ ଦିନ ଧରି ଇବିଜାସ୍ଥିତ ଏକ କ୍ଲିନିକ୍‌ରେ ତାଙ୍କ ଚିକିତ୍ସା କରାଯାଉଥିଲା | ଖବର କାଗଜରେ ପ୍ରକାଶିତ ତଥ୍ୟ ଅନୁସାରେ ପୂର୍ବତନ ରିୟଲ ମାଡ୍ରିଡ୍‌ ଷ୍ଟାର ଅସୁସ୍ଥ ଅନୁଭବ କରିବାରୁ ଶୁକ୍ରବାର ଦିନ ତାଙ୍କୁ ଏକ ପବ୍ଲିକ ହସ୍ପିଟାଲରେ ଭର୍ତି କରାଯାଇଥିଲା | ସେଠାରେ ପହଁଚିବାପରେ ଜଣାପଡିଥିଲା ଯେ ସେ ନିମୋନିଆ ରୋଗରେ ପିଡୀତ ଅଛନ୍ତି | ଏହା ପରେ ତାଙ୍କୁ କ୍ଲିନିକକୁ ସ୍ଥାନାନ୍ତରିତ କରାଯାଇଥିଲା | ୧ବର୍ଷୀୟ ରୋନାଲ୍‌ଡୋ ୩ଥର ଫିଫା ଓ୍ବାଲର୍‌ଡ ପ୍ଲେୟର ଅଫ୍‌ ଦି ଇୟର ବିବେଚିତ ହୋଇଥିଲେ, ଏବଂ ୨୦୧୧ରେ ପୁଟ୍‌ବଲ୍‌ରୁ ଅବସର ନେଇଥିଲେ | ଇବିଜାଠାରେ ଥିବା ବାସଭବନକୁ ସେ ନିୟମିତ ଯିବା ଆସିବା କରିଥାନ୍ତି।

Comments
Loading...