ରାଧାନାଥ ରାୟଙ୍କ ଦ୍ୱାରା ରଚିତ କାବ୍ୟ

0 208

ରାଧାନାଥ ରାୟଙ୍କ ଦ୍ୱାରା ରଚିତ କାବ୍ୟ :  ରାଧାନାଥ ରାୟ ଓଡ଼ିଶାର ଜଣେ ପ୍ରସିଦ୍ଧ କବି | 28 ସେପ୍ଟେମ୍ବର 1848 ରେ ବାଲେଶ୍ୱର ଜିଲ୍ଲାର କେଦାରପୁର ଗ୍ରାମରେ ଏକ ଜମିଦାର ଘରେ ଜନ୍ମଗ୍ରହଣ କରିଥିଲେ | ସେ ତାଙ୍କ ପିତାଙ୍କ ସମୟରେ ଓଡ଼ିଆ ଲେଖା ପ୍ରତି ତାଙ୍କର ଇଛା ଏବଂ ଦକ୍ଷତା ଦେଖାଇଥିଲେ | ସେ ପ୍ରଥମେ ବଙ୍ଗଳା ଏବେ ଓଡ଼ିଆ ଭାଷାରେ ଲେଖିବା ଆରମ୍ଭ କରିଥିଲେ | କିନ୍ତୁ କିନ୍ତୁ କିଛି ଦିନପରେ ସେ କେବଳ ଓଡ଼ିଆ ଭାଷାକୁ ଭାଷାକୁ ହିଁ ଆପଣେଇ ଥିଲେ | ସେ ଯେତେବେଳେ 18 ବର୍ଷର ହେଇଥିଲେ , ବଙ୍ଗଳା ଭାଷାରେ ଏକ କବିତା  “କବିତା ବଳ”  ଲେଖିଥିଲେ | ସେ ଚାହୁଁଥିଲେ ଓଡ଼ିଆ ସାହିତ୍ୟକୁ ତାଙ୍କ ଦକ୍ଷତା ବଳରେ ଲୋକମାନଙ୍କ ପାଖରେ ପହଞ୍ଚେଇବାକୁ | ସେ ତାଙ୍କର ଦକ୍ଷତା ବଳରେ ଓଡ଼ିଶାର ଜଣେ ପ୍ରସିଦ୍ଧ ହୋଇପାରିଛନ୍ତି , ଏବଂ ତାଙ୍କୁ  “କବିବର ଉପାଧି”  ମିଳିଥିଲା| ସେ ବହୁ କାବ୍ୟ କବିତା ଲେଖି ଯାଇଛନ୍ତି | ସେଥି ମଧ୍ୟରୁ ଚିଲିକା , ଉର୍ବଶୀ , ଦରବାର , ମହାଯାତ୍ରା , ଯଯାତିକେଶରୀ , କେଦାରଗୌରୀ , ମହେନ୍ଦ୍ରଗିରୀ , ସାବିତ୍ରୀ ଚରିତ  , ଦଶରଥ ବିୟୋଗ , ନନ୍ଦିକେସରୀ ଇତ୍ୟାଦି | ଏଥି ମଧ୍ୟରୁ ତାଙ୍କ ରଚିତ ପ୍ରସିଦ୍ଧ 5 ଟି କାବ୍ୟ ହେଉଛି , 1885 ମସିହାର ରଚିତ ହୋଇଥିବା  ‘କେଦାରଗୌରୀ କାବ୍ୟ’  ଓଡ଼ିଶାରେ ଦେଶ ଲୋକପ୍ରିୟତା ହାସଲ କରିଥିଲେ | ପରେ ପରେ 1886 ମସିହାରେ ତାଙ୍କ ରଚିତ  ‘ଚନ୍ଦ୍ରଭାଗା’  କାବ୍ୟରେ ପ୍ରାକୃତିକ ଦ୍ରୁସ୍ୟବଳିର ଏପରି ବର୍ଣ୍ଣନା କରିଛନ୍ତି ଯୋଉଁଥିପାଇଁ ଏହି କାବ୍ୟଟି ତାଙ୍କର ଲୋକପ୍ରିୟତା ଅର୍ଜନ କରିଥିଲା | 1888 ରେ ଭାଷା କାବ୍ୟ – ପ୍ରାକୃତିକ ଶୋଭା ଉପରେ ଅତି ବୋଧଗମ୍ୟ ଭାଷାରେ ପ୍ରାକୃତିକ ଦୃଶ୍ୟର ବର୍ଣ୍ଣନା କରିଛନ୍ତି |1891 ରେ ଚିଲିକା କାବ୍ୟ – ଚିଲିକାର ପ୍ରାକୃତିକ ଦୃଶ୍ୟ ସମ୍ବଧରେ ବର୍ଣ୍ଣନା କରି ରାଧାନାଥ ରାୟ ସର୍ବାଧିକ ଲୋକପ୍ରିୟ ହାସଲ କରିଥିଲେ | ମଣିଷ ଜୀବନର ବାସ୍ତବ କାହାଣୀ ଉପରେ ଆଧାରିତ  ‘କାବ୍ୟ ମହାଯାତ୍ରା’  1891-92 ରେ ରଚନା କରିଥିଲେ |

Comments
Loading...