ଗଙ୍ଗାଧର ମେହେର ଦ୍ୱାରା ରଚିତ ଶ୍ରେଷ୍ଠ ପାଞ୍ଚଟି କାବ୍ୟ

ଶ୍ରେଷ୍ଠ ପାଞ୍ଚ

0 383

ଗଙ୍ଗାଧର ମେହେର 1862 ମସିହା ଶ୍ରବଣ ମାସର ପୂର୍ଣ୍ଣିମା ଦିନ ଓଡ଼ିଶାର ବରଗଡ଼ ଜିଲାର ବରପାଲି ଗ୍ରାମରେ  ଜନ୍ମଗ୍ରହଣ କରିଥିଲେ | ସେ ତାଙ୍କର ପାଠ ପଢା ଏବଂ ସ୍ୱାସ୍ଥ୍ୟ ପ୍ରତି ଦୁର୍ବଳ ଥିବାରୁ ସେଥି ପ୍ରତି ବହୁତ ଚିନ୍ତିତ ଥିଲେ ଏବଂ ତାଙ୍କର ପରିବାର ବହୁତ ଗରିବ ଥିବାରୁ ସେ ତାଙ୍କ ନିଜ ଗ୍ରାମରେ ଏକ ପାଠାଗାର ଖୋଲି କିଛି ପିଲାଙ୍କୁ ପାଠ ପଢ଼ାଉଥିଲେ | ପିଲାଙ୍କୁ ପାଠ ପଢ଼ିବାର ଇଚ୍ଛା ଶକ୍ତି ପରବର୍ତ୍ତୀ ସମୟରେ ତାଙ୍କୁ କବିତା ଲାଳେଖିବାକୁ ଉତ୍ସାହିତ କରିଥିଲା | ଯାହାଫଳରେ ପରବର୍ତ୍ତୀ ସମୟରେ ସେ  ‘ସ୍ୱଭାବ କବି’  ମାନ୍ୟତା ଲାଭ କରିଥିଲେ | ପରବର୍ତ୍ତୀ ସମୟରେ ସେ ବହୁ କାବ୍ୟ କବିତା ରଚନା କରିଯାଇଛନ୍ତି | ସେଥିମଧ୍ୟରୁ ତାଙ୍କର ଶ୍ରେଷ୍ଠ ପାଞ୍ଚୋଟି କାବ୍ୟ ହେଉଛି :-

 1893 ମସିହାରେ ରଚିତ ହୋଇଥିବା ‘ଇନ୍ଦୁମତୀ’ କାବ୍ୟ ଓଡ଼ିଶାରେ ପ୍ରଥମ ପ୍ରକାଶିତ ଆଧୁନିକ କାବ୍ୟ   ଯାହା ପରବର୍ତ୍ତୀ ସମୟରେ ବେଶି  ଲୋକପ୍ରିୟତା ହାସଲ କରିଥିଲା |

1894 ମସିହାରେ ରଚିତ କାବ୍ୟ  ‘ଉତ୍କଳ ଲକ୍ଷ୍ମୀ’  ରେ ଉତ୍କଳ ମା’ର କଷ୍ଟ ଏବଂ ତତ୍କାଳୀନ ଉତ୍କଳ ସମାଜରେ କାଟୁଥିବା ନିତିଦିନିଆ ଜୀବନଶୈଳୀ ଉପରେ ପର୍ଯ୍ୟବେସିତ କରିଥିଲେ |

1903 ମସିହାରେ ରଚିତ କାବ୍ୟ  ‘କିଚକ ବଧ’  ରେ ମହାଭାରତ ବିଷୟବସ୍ତୁ ଉପରେ ଆଧାରିତ – କିପରି କିଚକକୁ ଵଧ କରାଯାଇ ସତ୍ୟର ସ୍ଥାପନ ହୋଇଛି ତାହା କବି ଏଥିରେ ବୋଧଗମ୍ୟ ଭାଷାରେ ବର୍ଣ୍ଣନା କରିଛନ୍ତି |

1912 ରେ  ‘ତପସ୍ୱିନୀ’  କାବ୍ୟ ଯାହା ହେଉଛି କବିଙ୍କର ସର୍ବାଧିକ ଲୋକପ୍ରିୟ କାବ୍ୟ ଯେଉଁଥିରେ 11ଟି ସର୍ଗରେ ସୀତାଙ୍କର ଆଦର୍ଶ ଓ ଜୀବନ ସମ୍ପର୍କରେ କରୁଣ ରସରେ ରଚିତ ଏହି କାର୍ଯ୍ୟ ଓଡିଶା ସାହିତ୍ୟର ଏକ ଅନବଦ୍ୟ କୃତି |

1915 ରେ  ‘ପ୍ରଣୟ ବଲରୀ’  କାବ୍ୟ – ମହାକବି କାଳିଦାସଙ୍କ  ‘ଅଭିଜ୍ଞାନ ଶକୁନ୍ତଳା’  ନାଟକର ଅନୁସରଣରେ ଅତି ରୁଚକ ଭାବରେ ବର୍ଣ୍ଣନା କରିଛନ୍ତି |

Comments
Loading...