ମହେନ୍ଦ୍ର ସିଂ ଧୋନି ପୁଣି ଚର୍ଚ୍ଚାରେ

0 161

ରାଞ୍ଚି,୧୩।୮- ମହେନ୍ଦ୍ର ସିଂ ଧୋନି ପୁଣି ଥରେ ସୋସିଆଲ ମିଡ଼ିଆରେ ଚର୍ଚ୍ଚାରେ ଆସିଛନ୍ତି | ଧୋନିଙ୍କର ପ୍ରଶଂସକ ମାନେ ଧୋନିଙ୍କୁ ଅମରେନ୍ଦ୍ର ବାହୁବଳୀ ସହିତ ତୁଳନା କରିଛନ୍ତି | ଯେପରି ବଲିଉଡ ଫିଲ୍ମରେ ‘ବାହୁବଳୀ’ରେ ଏକ ଦୃଶ୍ୟରେ ନାୟକ ଝରଣାରେ ଗାଧୋଉଛନ୍ତି, ଠିକ ସେହିପରି ଧୋନି ରାଞ୍ଚତ ସ୍ଥିତ ଝରଣାରେ ଗାଧୋଉଥିବା ବେଳର ଏକ ଭିଡିଓ ଇନ୍‌ଷ୍ଟାଗ୍ରାମରେ ଅପଲୋଡ଼ କରିଛନ୍ତି | ରାଞ୍ଚତ ନିକଟରେ ଝରଣା ରହିଥିବା ଧୋନି ଏହି ଭିଡିଓର ଶିରୋନାମାରେ ଲେଖିଛନ୍ତି , ୧0 ବର୍ଷ ହେବ ସେ ଏହାର ମଜା ଉଠାଇପାରି ନାହାନ୍ତି | ଇତି ମଧ୍ୟରେ ଧୋନିଙ୍କର ପୁରୁଣା କଥା ମନେ ପଡିଗଲା | ଧୋନି ଏହି ଭିଡିଓ ଟିକୁ ଉପଲୋଡ କରିବା ପରେ, ତାଙ୍କ ପ୍ରଶଂସକ ମାନେ ତାଙ୍କୁ ଅମରେନ୍ଦ୍ର ବାହୁବଳୀ ଓ ବାହୁବଳୀ ଧୋନି ବୋଲି ଆଖ୍ୟା ଦେଇଛନ୍ତି | 

Comments
Loading...