ଷ୍ଟାଡିୟମ ବାହାରେ ରେଡିଓ ବିକୁଛନ୍ତି ଅର୍ଜୁନ : ସଚିନ ତେନ୍ଦୁଲକରଙ୍କ ପୁଅ

0 311

ଲଣ୍ଡନ : ଫେମସ କ୍ରିକେଟର ସଚିନଙ୍କୁ ବା କିଏ ନଜାଣିଛି | ସଚିନ ଜଣେ ଭଲ ଲୋକ ଓ ବ୍ୟାଟ୍ସ ମ୍ୟାନ ହିସାବରେ ବହୁତ ପ୍ରସିଦ୍ଧ | ଠିକ ସେହିପରି ସଚିନଙ୍କ ପୁଅ ମଧ୍ୟ ଶାନ୍ତ ଓ ସରଳ ସ୍ୱଭାବର | କିଛିଦିନ ତଳେ ଅର୍ଜୁନ ଭାରତର ୧୯ ବର୍ଷ କମ କ୍ରିକେଟ ଦଳରେ ସାମିଲ ହୋଇଥିଲେ | ଅର୍ଜୁନ ଏବେ ଲଣ୍ଡନର ମାରିଲେବୋନେ କ୍ରିକେଟ ସମ୍ବଧରେ କ୍ରିକେଟ ବିଷୟରେ ତାଲିମ ନେଉଛନ୍ତି | ଅର୍ଜୁନ କ୍ରିକେଟ ଖେଳୁଥିବା ପଡିଆରେ ସବୁ ପ୍ରକାରର କାମ କରିବା ସହିତ, ତାଲିମ ଶେଷ ହେବ ପରେ ଲର୍ଡସ୍‌ ନିକଟରେ ରେଡିଓ ବିକୁଛନ୍ତି |

harbhajan twite

ହରଭଜନ ସିଂ ଅର୍ଜୁନଙ୍କୁ ରେଡ଼ିଓ ବିକ୍ରି କରୁଥିବା ସମୟରେ ଦେଖିଥିଲେ ଓ ତାଙ୍କ ସହ ସେଲ୍ଫି ନେଇ ନିଜ ସୋସିଆଲ ମିଡ଼ିଆରେ ଏହାକୁ ପୋଷ୍ଟ କରିଥିଲେ | ହରଭଜନ ସିଂ ଏହି ପୋଷ୍ଟରେ ଜଣାଇଛନ୍ତି ଯେ, ଅର୍ଜୁନ କିଭଳି ସାଧାରଣ ମଣିଷ ଭାବେ ଜୀବନ ବିତାଉଛନ୍ତି ଓ ଆତ୍ମନିର୍ଭରଶୀଳ ହେଉଛନ୍ତି |

Comments
Loading...