ପାକିସ୍ତାନ ଛାଡ଼ କରିବା ୩୦ ଭାରତୀୟ ବନ୍ଦୀଙ୍କୁ

0 224

ଇସଲାମାବାଦ/ନୂଆଦିଲ୍ଲୀ,୧୩।୮ : ପାକିସ୍ତାନ ଭାରତୀୟ ବନ୍ଦୀଙ୍କୁ ଛାଡ଼ କରିବା ବୋଲି ସୂଚନା ଦେଇଛି ଏବଂ ଅଗଷ୍ଟ ଚଉଦ ତାରିଖରେ ସ୍ୱାଧୀନତା ଦିବସ ପାଳନ କରିବା ପୂର୍ବରୁ ସୋମବାର ୨୭ ଜଣ ମତ୍ସ୍ୟଜୀବୀଙ୍କ ସମେତ ୩୦ ଭାରତୀୟ ବନ୍ଦୀଙ୍କୁ ମୁକ୍ତ କରିବ ବୋଲି ଜଣାପଡିଛି | ପାକିସ୍ତାନର ବୈଦେଶିକ ମନ୍ତ୍ରୀ ଆଶା ରଖିଛନ୍ତି ଯେ ମନବତାବାଦୀ ଭାବରେ ନୁହେଁ, ସେ ଚାହୁଁଛନ୍ତି ଭାରତ ମଧ୍ୟ ଅନୁରୂପ ଭାବେ ଭାରତରେ ଥିବା ପାକିସ୍ତାନୀ ବନ୍ଦୀମାନଙ୍କୁ ମୁକୁଳାଇବ | ସୂଚନାନୁସାରେ, କେବେ କେବେ ଭାରତର କିଛି ମତ୍ସ୍ୟଜୀବୀ ଭୁଲ୍‌ବଶତଃ ପାକିସ୍ତାନ ଜଳସୀମା ଆଡକୁ ଯାଉଥିବା ବେଳେ କେତେକ ପାକିସ୍ତାନୀ ମତ୍ସ୍ୟଜୀବୀ ଭାରତର ଜଳସୀମାରେ ପ୍ରବେଶ କରୁଥିବାରୁ ସେମାନଙ୍କୁ ବନ୍ଦୀ କରି ରଖାଯାଇଥାଏ | ଏହାସହ ଦୁଇ ଦେଶ ମଧ୍ୟରେ କିଛି ପ୍ରଶାସନିକ ବାଧା ଯୋଗୁ ଏମାନେ ଲମ୍ବା ସମୟ ଧରି ଜେଲ୍‌ରେ ରହିବାକୁ ବାଧ୍ୟ ହୁଅନ୍ତି।

Comments
Loading...