କେରଳରେ ବନ୍ୟା : ବଢୁଛି ମୃତ୍ୟୁସଂଖ୍ୟା

0 207

କେରଳରେ ମୃତ୍ୟୁସଂଖ୍ୟା ବଢ଼ିବାରେ ଲାଗିଛି | ଏବେ ପର୍ଯ୍ୟନ୍ତ ୩00 ରୁ ଅଧିକ ଲୋକ ମୃତ୍ୟୁବରଣ କଲେଣି | ୮ ଅଗଷ୍ଟରୁ ୨0 ଅଗଷ୍ଟ ମଧ୍ୟରେ ୨୨୨ ଲୋକଙ୍କର ମୃତ୍ୟୁ ହୋଇଛି , ଏବଂ କେରଳ ବନ୍ୟାରେ ଫଶିରହି ଥିବା ୪ଶହରୁ ଅଧିକ ଓଡିଆଙ୍କୁ ଉଦ୍ଧାର କରାଯାଇଛି | ସେମାନଙ୍କୁ ଓଡିଶା ଆଣିବା ପାଇଁ ଟ୍ରେନ ର ବ୍ୟବସ୍ତା କରାଯାଇଛି |ବନ୍ୟାରେ ଲୋକଙ୍କର ଘର ଦ୍ୱାରା ବୁଡିଯାଇଥିବା ସହ ରାସ୍ତା ଘାଟ ମଧ୍ୟ ପାଣିରେ ବୁଡି ରହିଛି | କେରଳ ବନ୍ୟାଞ୍ଚଳରେ ଏବେ ବି ବହୁ ଓଡିଆ ଫସି ରହିଛନ୍ତି । ଗଞ୍ଜାମ, କନ୍ଧମାଳ, ନୟାଗଡ, ରାୟଗଡା, ଗଜପତି, କଟକ, ଯାଜପୁର, କେନ୍ଦ୍ରାପଡା, କଳାହାଣ୍ଡି ସମେତ ବିଭିନ୍ନ ଜିଲ୍ଲାର ଅନେକ ଲୋକ ଏବେବି ବନ୍ୟାଞ୍ଚଳରୁ ବାହାରି ପାରିନାହାନ୍ତି । କେରଳର ଏପରି ଅବସ୍ଥା ଦେଖିକି ନରେନ୍ଦ୍ର ମୋଦି ୫00 କୋଟିର ଆର୍ଥିକ ସହାୟତା ପାଇଁ ଘୋଷଣା କରିଥିଲେ | ଧୀରେ ଧୀରେ ପାଣିର ସ୍ତର କମିବା ପରେ ବନ୍ୟା ପୀଡିତା ମାନେ ନିଜ ନିଜ ବାସସ୍ଥାନକୁ ଫେରି ଭାଙ୍ଗିଯାଇଥିବା ଘରକୁ ସଜାଡ଼ିବାକୁ ପ୍ରୟାସ କରୁଛନ୍ତି | କେନ୍ଦ୍ର ସରକାର କେରଳର ପରିସ୍ଥିତିକୁ ଆଖି ଆଗରେ ରଖି ଏହାକୁ ଏକ ‘ଗୁରୁତର ପ୍ରାକୃତିକ ବିପର୍ଯ୍ୟୟ’ ବୋଲି ଘୋଷଣା କରିଛନ୍ତି। କେରଳରେ ୩୭୦୦ ମେଡିକାଲ୍‌ କ୍ୟାମ୍ପ ଖୋଲାଯାଇ ଚିକିତ୍ସା ଯୋଗାଇ ଦିଆଯିବ ବୋଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି| ଆଇଏନ୍‌ଏସ୍‌ ଦୀପକ ଦ୍ୱାରା ମୁମ୍ବାଇରୁ ରିଲିଫ୍‌ ସାମଗ୍ରୀ ସହ ୮୦୦ ଟନ୍‌ ପିଇବା ପାଣି, ୧୮ ଟନ୍‌ ଔଷଧ କେରଳରେ ପହଞ୍ଚିଛି| କେରଳବାସୀଙ୍କୁ ସବୁପ୍ରକାର ସହଯୋଗ କରିଦିଆଯିବା ବୋଲି ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି |

Comments
Loading...