ନିର୍ବନ୍ଦ ପରେ ପ୍ରଥମ ଥର ପାଇଁ ଡେଟରେ ଗଲେ ପ୍ରିୟଙ୍କା ଏବଂ ନିକ

0 174

ମୁମ୍ବାଇରେ ନିର୍ବନ୍ଦ ଶେଷ ହେବା ପରେ ପ୍ରିୟଙ୍କା ଏବଂ ନିକ ପୁଣିଥରେ ଆମେରିକା ପ୍ରତ୍ୟାବର୍ତ୍ତନ କରିଛନ୍ତି | ଲସ ଆଞ୍ଜେଲେସରେ ନିଜର ରୋକା ସେରିମନି ଓ ନିର୍ବନ୍ଦ ପରେ ପ୍ରଥମ ଥର ପାଇଁ ଡେଟରେ ନଜରରେ ଆସିଥିଲେ | ପ୍ରିୟଙ୍କା ନିକଙ୍କର ହାତଧରି ଡେଟରେ ଯାଉଥିବାର ଦେଖିବାକୁ ମିଳିଥିଲା | ସବୁବେଳ ପରି ପ୍ରିୟଙ୍କା ଏଥରକ ମଧ୍ୟ ୱେଷ୍ଟ ଡେନିମ ପ୍ୟାଣ୍ଟ ସହିତ ବ୍ଲାକ ସାର୍ଟ ରେ ଆକର୍ଷିତ ଦେଖାଯାଉଥିଲେ | ନିକ ମଧ୍ୟ ଇଲେକ୍ଟ୍ରିକ ବ୍ଲୁ ସାର୍ଟ ରେ କୋଉ ମଡ଼େଲଠୁ କମ ଦେଖାଯାଉନଥିଲେ | ପୂର୍ବ ସପ୍ତାହରେ ରୋକା ସେରିମନିରେ ନିକ ପ୍ରିୟଙ୍କାଙ୍କ ପରିବାରରେ ବହୁ ପ୍ରଶଂସାର ପାତ୍ର ହୋଇଥିଲେ | ଯେପରି ଭାରତୀୟ ପରମ୍ପରାକୁ ନିକ ଆପଣେଇଥିଲେ ଏହା ଦେଖି ପ୍ରିୟଙ୍କାଙ୍କ ମା ମଧୁ ଖୁସି ହୋଇଯାଇଥିଲେ | ଯୋଉ ପରିମାଣରେ ପ୍ରିୟଙ୍କା ଓ ନିକଙ୍କର ଡିମାଣ୍ଡ ବଢ଼ିବାରେ ଲାଗିଛି, ଏଥିରୁ ଜଣାପଡୁଛି ଯେ ଆଗକୁ ସେମାନେ ପାୱରଫୁଲ କପୁଲ ହେଇକି ବାହାରିବେ | ଶୁଣିବାକୁ ମିଳିଛି ନିକ ଓ ପ୍ରିୟଙ୍କା ହାୱାଇ ଆଇଲାଣ୍ଡରେ ବିବାହର ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି |

Comments
Loading...