୧୯୨୪ ରେ କେରଳରେ ହୋଇଥିଲା ପ୍ରଳୟଙ୍କରୀ ବନ୍ୟା : ଗାନ୍ଧିଜୀ ଦେଇଥିଲେ ୬,000 ଟଙ୍କା

0 226

ତିରୁଅନନ୍ତପୁରମ : କେରଳରେ ହୋଇଥିବା ବନ୍ୟାରେ ଲୋକଙ୍କର ଘର ଦ୍ୱାର ସବୁ ଉଜୁଡି ଯାଇଥିବା ବେଳେ କେତେକ ଲୋକ ମୃତ୍ୟୁବରଣ ମଧ୍ୟ କରିଛନ୍ତି | କିନ୍ତୁ ଏବେ କେରଳର ବନ୍ୟା ପରିସ୍ଥିତି ଧୀରେ ଧୀରେ ସୁଧୁରିବାରେ ଲାଗିଛି | ପାଣିର ସ୍ତର କମିବା ପରେ କେରଳ ବାସି ନିଜ ନିଜ ଘରକୁ ଫେରୁଛନ୍ତି | ବନ୍ୟାରେ ଭାଙ୍ଗିଯାଇଥିବା ଘରକୁ ସଜାଡି ପୁଣିଥରେ ଖୁସିରେ ନୂଆ ଜୀବନ ଆରମ୍ଭ କରିବାକୁ ଚେଷ୍ଟା କରିଛନ୍ତି | ଏହାକୁ ସବୁଠାରୁ ବଡ ବନ୍ୟା ବୋଲି କୁହାଯାଇଛି | ଏହା ପୂର୍ବରୁ ମଧ୍ୟ ୯୪ ବର୍ଷ ତଳେ ୧୯୨୪ ରେ କେରଳ ଭୟାନକ ବନ୍ୟାର ଶିକାର ହୋଇଥିଲା | ସେତେବେଳେ ମହାତ୍ମା ଗାନ୍ଧୀ ବନ୍ୟାରେ ଶିକାର ହୋଇଥିବା କେରଳ ବାସୀଙ୍କ ସାହାଯ୍ୟ ପାଇଁ ୬,000 ଟଙ୍କା ପଠାଇଥିଲେ | ଏହା ସହ କେରଳ ବାସୀଙ୍କୁ ସାହାଯ୍ୟ ପାଇଁ ଲୋକମାନଙ୍କୁ ନିବେଦନ କରିଥିଲେ | ଗାନ୍ଧୀଜୀଙ୍କର ଏହି କଥା ଶୁଣି ଲୋକମାନେ ନିଜର ସୁନା, ଗହଣା ମଧ୍ୟ ଦାନ କରିଥିଲେ | ବ୍ରିଟିଶ ଅମଳରୁ ଥିବା କାଗଜପତ୍ରରୁ ଏହି କଥା ଜଣାପଡିଛି | ଗାନ୍ଧୀଜୀଙ୍କର ନିଜ ଖବରକାଗଜ ଥିଲା ଯାହାର ନାମ ହେଉଛି ‘ୟଙ୍ଗ ଇଣ୍ଡିଆ’ | ୧୯୨୪ରେ ଗାନ୍ଧିଜୀ ‘ୟଙ୍ଗ ଇଣ୍ଡିଆ’ ଦ୍ୱାରା ବନ୍ୟା ପ୍ରପୀଡିତଙ୍କ ପାଇଁ ସାହାଯ୍ୟ ମାଗିଥିଲେ | ୧୯୨୪ ବନ୍ୟାରେ କେରଳର ମୁନ୍ନାର, ତ୍ରୁଚୁର (ବର୍ତ୍ତମାନର ତ୍ରିଶୁର) କୋଝିକୋଡ଼, ଏର୍ଣ୍ଣାକୁଲମ, ଅଲୁୱା, କୁମାରାକୋମ, ଚିଗନ୍ନୁର ଏବଂ ତିରୁଅନନ୍ତପୁରମ ବିଶେଷ ଭାବେ ପ୍ରଭାବିତ ହୋଇଥିଲେ। ଏହାକୁ ସବୁଠୁ ବଡ଼ ବନ୍ୟା ବୋଲି କୁହାଯାଇଥିଲା | ଚଳିତ ବର୍ଷ ବନ୍ୟାରେ କେରଳର ୧୧ ଜିଲାରେ ବହୁ କ୍ଷତି ଘଟିଛି | ଏହି ବନ୍ୟାରେ ୩00ରୁ ଉର୍ଦ୍ଧ ଲୋକ ପ୍ରାଣ ହରାଇଛନ୍ତି | ୧୦ ଲକ୍ଷରୁ ଊର୍ଦ୍ଧ୍ବ ଲୋକେ ନିଜ ବାସ ହରାଇଛନ୍ତି |

Comments
Loading...