ଆଉ ନାହାନ୍ତି ବରିଷ୍ଠ ଅଭିନେତା ‘ଦେବୁ ଦା’

0 173

ଭୁବନେଶ୍ୱର : ଓଡ଼ିଆ ସିନେ ଜଗତର ବରିଷ୍ଠ ଅଭିନେତା ଦେବୁ ବୋଷଙ୍କର ପରଲୋକ ହୋଇଛି | ସେ ହାଇଦ୍ରାବାଦର ଏକ ଘରୋଇ ହସ୍ପିଟାଲରେ ଭର୍ତି ହୋଇଥିଲେ | ସେଇଠାରେ ହିଁ ତାଙ୍କର ଶେଷ ନିଶ୍ୱାସ ଯାଇଥିଲା | ତାଙ୍କୁ ୭୬ ବର୍ଷ ବୟସ ହୋଇଥିଲା | ‘ଦେବୁ ବୋଷ’ ଦୀର୍ଘ ୩୮ ବର୍ଷ ଧରି ଓଡ଼ିଆ ସିନେ ଜଗତରେ କାମ କରି ଆସୁଥିଲେ ଏବଂ ୧୨0ରୁ ଉର୍ଦ୍ଧ ଚଳଚିତ୍ରରେ ଅଭିନୟ କରିଥିଲେ | ସେ କେତୋଟି ଚଳଚିତ୍ରରେ ଖଳନାୟକ ଭୂମିକାରେ ମଧ୍ୟ ଅଭିନୟ କରିଥିଲେ | ତାଙ୍କର ପ୍ରଥମ ଚଳଚିତ୍ରର ନାମ ଥିଲା ‘ତପସ୍ୟା’ | ଓଡ଼ିଆ ସିନେମାରେ ବାପା ଭୂମିକାରେ ଅଭିନୟ କରି ନିଜର ପରିଚୟ ସୃଷ୍ଟି କରିଥିଲେ | ରାସ୍ତା ହେଉଛି ତାଙ୍କର ଶେଷ ଚଳଚିତ୍ର, ଯାହାକି ୨0୧୪ ରେ ରିଲିଜ ହୋଇଥିଲା | ନୃତ୍ୟରେ ମଧ୍ୟ ତାଙ୍କର ରୁଚି ରହିଥିଲା |

ତାଙ୍କର ମୃତ୍ୟୁ ହେବ ଦ୍ୱାରା ଓଡ଼ିଆ ସିନେ ଜଗତରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି |

Comments
Loading...