ସତ୍ୟମେବ ଜୟତେ ହିଟ ହେଲାପରେ ‘ପାଗଳପନ୍ତି’ ରେ ଦେଖାଯିବେ ଜନ

0 196

ମୁଖ୍ୟାଂଶ:- ସତ୍ୟମେବ ଜୟତେ ହିଟ ହେଲାପରେ ‘ପାଗଳପନ୍ତି’ ରେ ଦେଖାଯିବେ ଜନ, ନିର୍ଦେଶକ କଲେ                   କନଫର୍ମ |

ସମ୍ପୂର୍ଣ:-
ସିନେମାର ନିର୍ମାତା ଅନିସ ବାଜମି କହିଛନ୍ତି କି ଜନ ଆବ୍ରହମଙ୍କ ଫିଲ୍ମ ସତ୍ୟମେବ ଜୟତେ ହିଟ ହୋଇସାରିଛି, ଓ ତାଙ୍କର ଆଗାମୀ ଫିଲ୍ମର ଘୋଷଣା ମଧ୍ୟ ହେଇସାରିଛି | ଫିଲ୍ମ ନିର୍ମାତା ଅନିସ ବାଜମି ଏହାର ଖୁଲାସା କରିଛନ୍ତି | ଅନିସ କହିଛନ୍ତି ସେ ୨ ଜଣ ଏହି କାମକୁ ନେଇ ବହୁ ଉତ୍ସାହିତ ଅଛନ୍ତି | ସେ ଶେଷଥର ଜନଙ୍କର ୨୦୧୫ରେ ଆସିଥିବା ଫିଲ୍ମ ୱେଲକମ ବ୍ୟାକରେ ନିର୍ଦେଶନା ଦେଇଥିଲେ | ବାଜମି କହିଛନ୍ତି ଜନ ନିଶ୍ଚିନ୍ତ ରୂପରେ ‘ପାଗଳପନ୍ତୀ’ ରେ ଆସିବେ | ସେ କହିଛନ୍ତି ମୁ ଜନଙ୍କ ସହ ୱେଲକମ ବ୍ୟାକ କରିଥିଲି ଏବଂ ଏହା ହିଟ ସାବ୍ୟସ୍ତ ହୋଇଥିଲା | ମୁ ଆଉ ଜନ ଦୁଇ ଜଣ ହିଁ ଏକ ସଂଗେ କାମ କରିବାକୁ ଚାହୁଁଥିଲୁ | ଏବେ ଆମ ପାଖରେ ଏକ ନୂଆ ବିଷୟ ମଧ୍ୟ ଅଛି | ଆମେ ବହୁତ ଜଲ୍ଦି ଏହା ଉପରେ କାମ ଆରମ୍ଭ କରିବୁ |

ୱେଲକମ, ନୋ ଏଣ୍ଟ୍ରି, ସିଙ୍ଗ ଇଜ କିଙ୍ଗ ପାଇଁ ପ୍ରସିଦ୍ଧ ବାଜମିଙ୍କ ନା ବିଭିନ ଫିଲ୍ମରେ ଯୋଡ଼ା ଯାଉଛି | ଏମିତି ବି ଖବର ଆସିଛି ଯେ ‘ଆଁଖେଂ-୨’ ର ନିର୍ଦେଶନା କରିପାରନ୍ତି | ଯୋଉଥିରେ ମେଗା ଷ୍ଟାର ‘ଅମିତାଭ ବଚନ’ ଦେଖା ଦେବେ | ବାଜମି କହିଲେ ‘ଆଁଖେଂ-୨’ କୁ ନେଇକି କଥା ଚାଲିଛି | ଆମେ ବହୁତ ଜଲ୍ଦି ଏହା ଉପରେ ଭାବିବୁ | ଅଭିନେତା କାର୍ତ୍ତିକ ଅରିୟାନ ବାଜମୀଙ୍କ ଫିଲ୍ମରେ ସାଇନ କରିବା ଖବରକୁ ନେଇକି ବାଜମି କହିଲେ, ଦେଖନ୍ତୁ ପଖା ପାଖି ୩,୪ ଟା ଫିଲ୍ମ ଚାଲିଛି | କିନ୍ତୁ ମୋତେ କାହାକୁ ଆରମ୍ଭ କରିବାର ଅଛି ଏବଂ କଣ କରିବାର ଅଛି ଏହାର ଯୋଜନା କରିବାକୁ ହେବ |

Comments
Loading...