ବିନା ପାଣିରେ ବି ଏବେ ଗାଧୋଇପାରିବେ ଯବାନ : ୱାଟରଲେସ ଶାମ୍ପୁ

0 190

ଆର୍ମି ମାନଙ୍କୁ ଖାସ ଶାମ୍ପୁ ସପ୍ଲାଇ କରନ୍ତି ପୁନିତ | ବିନା ପାଣିରେ ଏବେ ଗାଧୋଇପାରିବେ ଯବାନ, ଜଣାନାହିଁ କେମିତି କାମକରିବ ଏ ଶାମ୍ପୁ | ଯବାନମାନଙ୍କୁ ବହୁ ସମୟ ଧରି ଏମିତି ଜାଗାରେ ରହିବାକୁପଡେ ଯେଉଁଠି ଗାଧୋଇବା ପାଇଁ କିଛି ବ୍ୟବସ୍ଥା ମଧ୍ୟ ନଥାଏ | ଇତି ମଧ୍ୟରେ ପ୍ରଶ୍ନ ଉଠୁଛି କି ସେମାନେ ତାଙ୍କ ଶରୀରର ଯତ୍ନ କିପରି ନିଅନ୍ତି ! ଦିଲ୍ଲୀରେ ରହୁଥିବା ପୁନିତ ଗୁପ୍ତା ଯେବେ ଏହି ବିଷୟରେ ଭାବନ୍ତି ସେହି ସମୟରେ ତାଙ୍କୁ ଏକ ଆଇଡ଼ିଆ ଆସିଥିଲା, ୱାଟରଲେସ ଶାମ୍ପୁ ବିଷୟରେ | ଯୋଉଁଟାକି ଯବାନ ମାନେ ଦୁର୍ଗରେ ରହି ମଧ୍ୟ ବ୍ୟବହାର କରିପାରିବେ|

ଆରମ୍ଭ ହେଲା ୱାଟରଲେସ ଶାମ୍ପୁ ବନେଇବାର ପ୍ରଣାଳୀ :-
ପୁନିତ କହିଲେ ଯେବେ ସେ ପ୍ରଥମ ଥର ଯବାନମାନଙ୍କର ଚିନ୍ତାକୁ ପାଖରୁ ଦେଖିଥିଲେ| ସେବେଠୁହିଁ ତାଙ୍କୁ ଏଭଳି ପ୍ରଡକ୍ଟ ବନେଇବାର ପ୍ରେରଣା ମିଳିଥିଲା | ପୁନିତଙ୍କ କମ୍ପାନୀକୁ ପାଞ୍ଚ ଲକ୍ଷ ଡଲାରର ଆର୍ଥିକ ସହାୟତା ମଧ୍ୟ ମିଳିଥିଲା | ପୁନିତ ୨୦୧୧ରେ IIM କୋଲକାତା ରେ M.B.A କରିଥିଲେ | ଏହା ପରେ ଚାରି ବର୍ଷ ପର୍ଯ୍ୟନ୍ତ UK ରେ ପଢା ସହିତ ଡିଆରଡିଓ ଏବଂ ହନିବେଲ କମ୍ପାନୀରେ କାମ କରୁଥିଲେ | ୨୦୧୬ରେ ପୁନିତ ‘କ୍ଳେନଷ୍ଟା ଇଣ୍ଟରନାସନାଲ’ କମ୍ପାନୀ ଆରମ୍ଭ କରିଥିଲେ | ଏଥିରେ ତାଙ୍କ ସାଙ୍ଗମାନେ ତାଙ୍କୁ ସାହାଯ୍ୟ କରିଥିଲେ | IIT ଦିଲ୍ଲୀରେ ଆରମ୍ଭ ହୋଇଥିବା ‘କ୍ଳେନଷ୍ଟା’ ର ୱାଟର ଶେଭିଂ ପ୍ରଡକ୍ଟ ଏବେ ନାସାରେ ଉପଲବ୍ଧ କରିବା ପାଇଁ ଯୋଜନା ଚାଲିଛି |

କେମିତି କାମ କରିବ ଏ ୱାଟରଲେସ ଶାମ୍ପୁ :-
ପୁନିତ କହିଛନ୍ତି ୱାଟରଲେସ ଶାମ୍ପୁ ସୈନିକ ମାନଙ୍କର ବହୁତ ଉପକାରରେ ଆସିବ | ଯୋଉ ସ୍ଥାନରେ ପାଣିର କମି ଅଛି ଏବଂ ଗାଧୋଇବାର କୌଣସି ବ୍ୟବସ୍ତା ନାହିଁ, ସେଠାରେ ୱାଟରଲେସ ଶାମ୍ପୁ ନିଜର କମାଲ ଦେଖେଇବ | ପୁନିତ କହିଛନ୍ତି ଶାମ୍ପୁ ଲଗେଇସାରିବା ପରେ ସଫା କପଡ଼ାରେ ପୋଛା ହେବ | ଏଥିରେ ପାଣିର ଦରକାର ପଡିବ ନାହିଁ | ଏହି ପ୍ରଡକ୍ଟ ଦ୍ୱାରା ସୈନିକ ମାନେ ନିଜକୁ ସତେଜ ଅନୁଭବ କରିବେ |

Comments
Loading...