ଲୋକପ୍ରିୟ କମେଡିଆନ କପିଲ ଶର୍ମା ପୁଣି ଚର୍ଚ୍ଚାରେ

0 175

ମୁଖ୍ୟାଂଶ:- ଲୋକପ୍ରିୟ କମେଡିଆନ କପିଲ ଶର୍ମା ପୁଣି ଚର୍ଚ୍ଚାରେ |

ସମ୍ପୂର୍ଣ:-
ଲୋକପ୍ରିୟ କମେଡିଆନ କପିଲ ଶର୍ମା ଲମ୍ବା ସମୟ ଧରି ଲାଇମ ଲାଇଟ ରୁ ଦୂରରେ ରହିଲେ ବହୁ ସମୟ ଧରି ବିବାଦରେ ରହିଲା ପରେ ସେ ନିଜେ ନିଜକୁ ଲାଇମ ଲାଇଟ ରୁ ଦୂରରେ ରଖିଥିଲେ | କପିଲଙ୍କ ଫ୍ୟାନ୍ସ ମାନେ ତାଙ୍କୁ ଦେଖିବା ପାଇଁ ଅପେକ୍ଷା କରି ରହିଛନ୍ତି | ଜଣାପଡିଛି କି କପିଲ ବିବାଦରେ ରହିବା ପରେ ନିଜ ଦ୍ରୁଷ୍ଟିକୋଣରେ ରହିବାକୁ ଲାଗିଲେ | ଖବର ଥିଲା କି ସେ ନିଜ ଚିକତ୍ସା ଉପଚାର କରୁଛନ୍ତି | କିଛିଦିନ ପୂର୍ବେ କପିଲଙ୍କ ଫୋଟୋ ସାମ୍ନାକୁ ଆସିଥିଲା, ଯାହାକି ତାଙ୍କୁ ଚିନ୍ହିବା କଷ୍ଟ ଥିଲା | କପିଲଙ୍କ ଓଜନ ବଢ଼ିଯାଇଥିବା ଦେଖାଗଲା |

ଏବେ କପିଲ ଶର୍ମାଙ୍କ ନୂଆ ଫୋଟୋ ସାମ୍ନାକୁ ଆସିଛି | ଏହା ରାକ୍ଷୀ ପୂର୍ଣ୍ଣିମାର ଫଟୋ | କପିଲ ଶର୍ମା ନିଜ ଘରଲୋକଙ୍କ ସହ ନଜର ଆସିଛନ୍ତି | ଫୋଟୋରେ କପିଲଙ୍କ ସହିତ ଏକ ଛୋଟ ଛୁଆ ମଧ୍ୟ ନଜର ରେ ଆସିଛି | ଏହି ସେଲ୍ଫି ଫୋଟୋରେ କପିଲ ବହୁତ ଖୁସି ଦେଖାଯାଉଛନ୍ତି | କିନ୍ତୁ ତାଙ୍କ ଓଜନ ଏବେ ବି ଅଧିକ ଥିବା ଭଳି ଜଣାପଡୁଛି | ଫୋଟୋରେ କପିଲ ନିଜ ମାଙ୍କୁ ଗିଫ୍ଟ ଦେଉଥିବାର ଦେଖା ଦେଇଛି | କିଛି ସମୟ ପୂର୍ବରୁ ଖବର ଆସିଥିଲା କି କପିଲ ଅକ୍ଟୋବର ରେ କମବ୍ୟାକ କରିବେ | ତେଣିକି ତାଙ୍କ ପ୍ରୋଜେକ୍ଟ କଣ ହେବ ଓ କେବେଠୁ ଆସିବ ତାହା ଜଣ ଯାଇ ନାହିଁ | ପୁଣିଥରେ କମବ୍ୟାକ କରିବା ପୂର୍ବରୁ କପିଲ ନିଜ ବଢିଥିବା ଓଜନ ଉପରେ ଧ୍ୟାନ ଦେବେ | ସୂଚନା ମୁତାବକ କପିଲ ଓଜନ କୁ କମ କରିବା ପାଇଁ ଟ୍ରେନର ହାୟର କରିବେ | ସୁନୀଲ ଗ୍ରୋଭରଙ୍କ ସହିତ ଝଗଡା ପରେ ‘ଦ କପିଲ ଶର୍ମା ସୋ’ କୁ ବନ୍ଦ କରିଦିଆ ଯାଇଥିଲା | ଏହା ପରେ ‘ଫ୍ୟାମିଲି ଟାଇମ ଉଇଥ କପିଲ ଶର୍ମା ସୋ’ ଜରିଆରେ କପିଲ ପୁଣିଥରେ ଆସିଥିଲେ | କିନ୍ତୁ କିଛି ଏପିସୋଡ଼ ପରେ ଏହି ସୋ କୁ ମଧ୍ୟ ବନ୍ଦ କରିବାକୁ ପଡିଥିଲା |

Comments
Loading...