ମୋମୋ ଚ୍ୟାଲେଞ୍ଜ ଭାରତକୁ ଆସିସାରିଛି, ଲୋକଙ୍କର ଜୀବନ ନେଉଛି

0 193

ମୁଖ୍ୟାଂଶ :- ମୋମୋ ଚ୍ୟାଲେଞ୍ଜ ଭାରତକୁ ଆସିସାରିଛି, ଲୋକଙ୍କର ଜୀବନ ନେଉଛି : ତେବେ କଣ ପାଇଁ                   ଏମିତି ଏକ ଗେମ ?

ସମ୍ପୂର୍ଣ
ମୋମୋ ଚ୍ୟାଲେଞ୍ଜ ଆମେରିକା ଠୁ ଆରମ୍ଭ କରି ଭାରତ ପର୍ଯ୍ୟନ୍ତ ଲୋକମାନଙ୍କର ନିଦ ଉଡେଇ ସାରିଲାଣି | ପଶ୍ଚିମବଙ୍ଗର ସି.ଆଇ.ଡି ଆଜି ସୂଚନା ଜାରି କରି ଲୋକଙ୍କୁ ଆଶ୍ୱାସନା ଦେଇଛନ୍ତି କି ଯଦି ମୋମୋ ଚ୍ୟାଲେଞ୍ଜ ଗେମ ଖେଳିବା ପାଇଁ ନିମନ୍ତ୍ରଣ ଆସୁଛି ତେବେ ପୋଲିସ ବିଭାଗ ସହ ସମ୍ପର୍କ କରନ୍ତୁ | ବ୍ଲୁ ହ୍ୱେଲ୍ ପରେ ଏବେ ମୋମୋ ଚ୍ୟାଲେଞ୍ଜ ଆସିଛି | ଯାହାକି ଆମେରିକଠୁ ଆରମ୍ଭ କରି ଭାରତ ପର୍ଯ୍ୟନ୍ତ ସବୁ ଲୋକଙ୍କୁ ଅସ୍ତ ବ୍ୟସ୍ତ କରିଛି | ଅଜଣା ଲୋକଙ୍କ ତରଫରୁ ଏହି ସାଙ୍ଘାତିକ ଖେଳର ନିମନ୍ତ୍ରଣ ବହୁ ସଂଖ୍ୟାରେ ଆସୁଥିବାର ଦେଖି ସି.ଆଇ.ଡି ଟ୍ୱିଟରରେ ସୂଚନା ଜାରି କରିଛନ୍ତି, ଓ ପିଲାଙ୍କର ମାତା, ପିତାଙ୍କୁ ମଧ୍ୟ ସତର୍କ କରାଇଛନ୍ତି , ନିଜ ଛୁଆଙ୍କୁ ଏହି ପ୍ରକାରର ଅନଲାଇନ ଗେମରୁ ବଞ୍ଚିତ କରିବା ପାଇଁ |

କାହିଁକି ଏ ମୋମୋ ଗେମ ?
ହ୍ୱାଟସଆପ୍ ରେ ଏହି ନମ୍ବର ବହୁଳ ଭାବରେ ଭାଇରଲ ହେବାରେ ଲାଗିଛି | ସୋସିଆଲ ମିଡିଆରେ ଗୋଟେ ହ୍ୱାଟସଆପ୍ ନମ୍ବର ସେୟାର କରାଯାଉଛି, ଯାହାର ଏରିଆ କୋଡ଼ ଜାପାନର | ଜାପାନର ଏହି ନମ୍ବର କୁ ସେଭ କରିବା ପରେ ଗୋଟେ ବଡ ଆଖିଥିବା ଝିଅର ଫୋଟୋ ଆସୁଛି | ଯାହାକି ଦେଖିବାକୁ ବହୁତ ଭୟାନକ ଅଟେ | ଦାବି କରାଯାଇଛି ଯେ ଯିଏ ବି ଏହି ନମ୍ବରରେ କଥା ହୋଇଛି ସେ ସୂଈସାଇଡ ଆଡକୁ ବଢିଛି |

ମୋମୋ ହ୍ୱାଟସଆପ୍ ହେଉଛି ବ୍ଲୁ ହ୍ୱେଲ୍ ଚ୍ୟାଲେଞ୍ଜ ପରି | ବ୍ଲୁ ହ୍ୱେଲ୍ ଚ୍ୟାଲେଞ୍ଜ ୨୦୧୬ରେ ବହୁତ ଭାଇରଲ ହେଇଥିଲା | ମୋମୋ ପ୍ରୋଫାଇଲ ସର୍ବପ୍ରଥମେ ଫେସବୁକ ରେ ଦେଖା ଦେଇଥିଲା | ଏହା ପରେ ଲୋକମାନେ ସେଇ ପ୍ରୋଫାଇଲ କୁ ଫଲୋ କରିବା ଆରମ୍ଭ କରିଥିଲେ | ମୋମୋ ପ୍ରୋଫାଇଲରେ ଯାହାର ଫୋଟୋ ଅଛି, ସେ ଚେହେରା ଅବିକଳ ୨୦୧୬ରେ ଜାପାନର ଏକ ସଂଗ୍ରହାଳୟରେ ପ୍ରଦର୍ଶନ କରାଯାଇଥିବା ମୂର୍ତ୍ତି ସହିତ ମେଳ ଖାଉଛି | ମୋମୋ ର ଲକ୍ଷ ହେଉଛି ଲୋକମାନଙ୍କର ମନରେ ଡର ସୃଷ୍ଟି କରିବା |

Comments
Loading...