ପ୍ରିୟଙ୍କା-ନିକ୍ ଙ୍କ ମା ଙ୍କର ପଞ୍ଜାବୀ ଗୀତରେ ଡ୍ୟାନ୍ସ

0 203

ସଗାଈ ପାର୍ଟି : ପ୍ରିୟଙ୍କା-ନିକ୍ ଙ୍କ ମା ଙ୍କର ପଞ୍ଜାବୀ ଗୀତରେ ଡ୍ୟାନ୍ସ |

ନିକ୍ ଜୋନସଙ୍କ ମା ଇନଷ୍ଟାରେ ଏକ ଭିଡ଼ିଓ ସେୟାର କରିଛନ୍ତି, ଯୋଉଥିରେ ସେ ପ୍ରିୟଙ୍କାଙ୍କ ମାଙ୍କ ସହ ପଞ୍ଜାବୀ ଗୀତରେ ଡ୍ୟାନ୍ସ କରିଛନ୍ତି | ପ୍ରିୟଙ୍କା ଚୋପଡାଙ୍କର କିଛିଦିନ ପୂର୍ବରୁ ଆମେରିକାନ ସିଙ୍ଗର ନିକ ଙ୍କ ସହ ସଗାଈ ହେଇଥିଲା | ଏହି ସେଲିବ୍ରେସନର ଫୋଟୋ ଏବଂ ଭିଡ଼ିଓ ସୋସିଆଲ ମିଡିଆରେ ଭାଇରଲ ହୋଇଥିଲା | ସଗାଈ ପାର୍ଟିରେ ସମସ୍ତେ ଖୁବ ମସ୍ତି କରିଥିଲେ | ଭିଡ଼ିଓରେ ନିକ୍ ଓ ପ୍ରିୟଙ୍କାଙ୍କ ମା ମିଶିକି ଡ୍ୟାନ୍ସ କରୁଥିବାର ଦେଖା ଯାଇଛି |ନିକ୍ ଙ୍କ ମା ମଧୁ ଚୋପଡାଙ୍କୁ ଦେଖିକି ଡ୍ୟାନ୍ସ ସ୍ଟେପ ଫଲୋ କରୁଛନ୍ତି | ଏହି ଭିଡ଼ିଓ ଟି ବହୁତ ସୁନ୍ଦର ଅଟେ | ଏଥିରେ ଦୁଇ ସମୁଦୁଣୀଙ୍କ ଭିଡ଼ିଓ ଓ ଡ୍ୟାନ୍ସର ଯୁଗଳବନ୍ଦୀ ଦେଖିବାକୁ ମିଳିଛି | ରୋକା ଓ ସଗାଈ ପାର୍ଟିରେ ନିକ୍ ଙ୍କ ମାତା, ପିତା ମଧ୍ୟ ଟ୍ରାଡିସନାଲ ଲୁକରେ ଦେଖାଦେଇଥିଲେ | ନିକଙ୍କ ମା ସୁଟରେ ଓ ପିତା କୁର୍ତ୍ତା ପାଇଜାମା ରେ ନଜର ଆସିଥିଲେ | ଭାରତୀୟ ରୀତି-ରିଵାଜ କୁ ନିକଙ୍କ ମାତା,ପିତା ବହୁତ ଏନଜୟ କରିଛନ୍ତି | ଭିଡ଼ିଓ ସେୟାର କରିବା ସହିତ ନିକଙ୍କ ମା ଲେଖିଲେ -“Thank you @madhumalati for being patient with my lack of dance skills ! I miss you #engagement party” .

ଏହି ବର୍ଷ ପ୍ରିୟଙ୍କାଙ୍କ ବାହାଘର ହୋଇପାରେ | ଏପର୍ଯ୍ୟନ୍ତ ବାହାଘରର ତାରିଖ ଠିକ ହୋଇନାହିଁ | ସୂଚନା ମୁତାବକ ପ୍ରିୟଙ୍କା-ନିକ୍ ହାୱାଇରେ ଡେଷ୍ଟିନେସନ ୱେଡିଙ୍ଗ କରିପାରନ୍ତି | ଦେଖିବାକୁ ଗଲେ ଦୁଇ ଜଣ ବାହାଘରକୁ ପ୍ରାଇଭେଟ ରଖିବାକୁ ଚାହୁଁଛନ୍ତ| ହାୱାଇନିକ୍ ଙ୍କ ପାଇଁ ଭଲ ଅପସନ ଅଟେ କାରଣ ତାଙ୍କୁ ସମୁଦ୍ର ବହୁତ ପସନ୍ଦ |

Comments
Loading...