ଷ୍ଟାର ରୋନାଲଡୋ ବନିଲେ ‘UEFA’ ପ୍ଲେୟାର ଅଫ ଦି ଇଅର

0 347

୩୨ ବର୍ଷର ରୋନାଲଡୋ ରିୟଲ ମେଡରିଡକୁ ଲଗାତାର ଦ୍ୱିତୀୟ ଚାମ୍ପିଅନ୍ସ ଲିଗର ଟାଇଟେଲ ଦେଇଛି | ସାଥିରେ ପୂର୍ବ ଋତୁରେ ୧୨ଟା ଗୋଲ ସହିତ ଟୁର୍ନାମେଣ୍ଟର ଶୀର୍ଷକ ଭି ରହିଥିଲେ |
ଏହି ଆୱାର୍ଡ ୨୦୧୧ରୁ ଦିଆ ଯାଉଛି | ରୋନାଲଡୋ ମେସି ତୁଳନାରେ ଏହି ସଫଳତାକୁ ବେଶୀ ହାସଲ କରିଥିଲେ | ରିୟଲ ମେଡରିଡର ଚାମ୍ପିଅନ ଲିଗରେ କଠିନ ଗୋଲ କରିବା ପରେ ରୋନାଲଡୋ ତାଙ୍କ ଟିମକୁ ବହୁ ମୂଲ୍ୟବାନ ମ୍ୟାଚ ଜିତାଇଛନ୍ତି |
ରୋନାଲଡୋଙ୍କୁ ପ୍ଲେୟାର ଅଫ ଦି ଆୱାର୍ଡ ତିନି ଥର ପ୍ରାପ୍ତି ହେଇଛି | ଏହା ପୂର୍ବରୁ ରୋନାଲଡୋ ୨୦୧୩, ୨୦୧୪, ୨୦୧୫-୧୬ ରେ ନିଜ ନା କରିଥିଲେ | ଆୱାର୍ଡ ମିଳିବା ଖୁସିରେ ରୋନାଲଡୋ କହିଲେ ୱାର୍ଲଡ କପର ସବୁ ମ୍ୟାଚ ଚ୍ୟାଲେଞ୍ଜ ହିସାବରେ ମୋତେ ସବୁ ବର୍ଷ ଏକ ପ୍ରକାରର ଗୋଲ ଦେଖିବାକୁ ମିଳେ ଏବଂ ଯାହା ଦ୍ୱାରା ଜିତିବା ସମ୍ଭବ ହୋଇପାରିଛି |
ସେ କହିଲେ ଆଗକୁ ଯାଇ ଏ ଆୱାର୍ଡ ଭଲ ଖେଳିବା ପାଇଁ ପ୍ରୋତ୍ସାହିତ କରିବ | ଏବଂ ମୁ ଏହାକୁ କେବେ ଛାଡ଼ିବି ନାହିଁ | ମୁଁ ରିୟଲ ମେଡରିଡ ସହିତ ମିଶିକି ବହୁତ ଖୁସି ଅଛି |
ଜୁଏଟସଙ୍କ ଗୋଲକିପର ଏବଂ ଟିମ ର କପତାନ ଜ୍ଞାନୁଲିଗ ବଫୋନ ବୋଟିଙ୍ଗରେ ମେସିଙ୍କଠୁ ଆଗକୁ ଯାଇକି ଦ୍ୱିତୀୟ ସ୍ଥାନରେ ରହିଛନ୍ତି | ଜଣାଇଦିଆ ଯାଉଛି କି ମେସି ମଧ୍ୟ ପ୍ଲେୟାର ଅଫ ଦି ଇଅର ର ଟାଇଟେଲ ୨ ଥର ହାସିଲ କରିଛନ୍ତି |

ଖ୍ରୀଷ୍ଟିୟାନୋ ରୋନାଲଡୋ ପୁଣିଥରେ ଇତିହାସ ରଚନା କଲେ | ପ୍ଲେୟାର ଅଫ ଦି ଇଅର ପାଇଁ ରୋନାଲଡୋ, ଜ୍ଞାନୁଲିଗ ବଫୋନ ଏବଂ ଲିଓନେଲ ମେସି ୮୦ କୋଚ ଥିବା ଗୋଟେ ପେନେଲ ଦ୍ୱାରା ବଛା ଯାଇଥିଲେ |

 

 

Comments
Loading...