ଗଗନୟାନ ର ଯୋଜନା

୧୬ ମିନିଟରେ ଅନ୍ତରୀକ୍ଷ ପହଞ୍ଚି ସପ୍ତାହ ବିତେଇବେ ୩ ଭାରତୀୟ, ଏହା ହେଉଛି 'ଗଗନୟାନ' ର ଯୋଜନା

0 186

ଭାରତୀୟ ହ୍ୟୁମାନ ସ୍ପେସ ପ୍ରୋଗ୍ରାମ ମାଧ୍ୟମରେ ମାତ୍ର ୧୬ ମିନିଟରେ ମହାକାଶରେ ପହଞ୍ଚିବେ | ଶ୍ରୀ ହରିକୋଟରୁ ଲଞ୍ଚ ହେଲା ପରେ ଏମାନଙ୍କର ଆରବ ସାଗରରେ ଓଲ୍ହାଇବାର ବ୍ୟବସ୍ତା ଚଉଦ ବର୍ଷ ଧରି ଚାଲଛି | ଏହି ମେନ ମିଶନ୍ ରେ ସମସ୍ତେ ୫-୭ ଦିନ ମହାକାଶରେ ବିତାଇବେ |
ଆସନ୍ତା ୨୦୨୨ ସୁଦ୍ଧା ଭାରତ ପକ୍ଷରୁ ପ୍ରଥମଥର ପାଇଁ ମହାକାଶକୁ ମାନବବାହୀ ମହାକାଶଯାନ ‘ଗଗନୟାନ’ ପଠାଯିବ ବୋଲି ଭାରତୀୟ ମହାକାଶ ଗବେଷଣା କେନ୍ଦ୍ର (ଇସ୍ରୋ) ମୁଖ୍ୟ କେ. ଶିବନ ପ୍ରକାଶ କରିଛନ୍ତି | ଏହି ଯୋଜନାରେ ପାଖା ପାଖି ଦଶ ହଜାର କାରୋଡ଼ ଟଙ୍କା ଖର୍ଚ ହେବ ବୋଲି ଅନୁମାନ କରାଯାଉଛି |
୨୦୦୪ ରୁ ଯୋଜନା ଚାଲିଛି ଯେ ୧୫ ଅଗଷ୍ଟ, ୨୦୨୨ ସୁଦ୍ଧା ଅନ୍ତରୀକ୍ଷ ପଠାଇବା ପାଇଁ ଲକ୍ଷ ରଖା ଯାଇଛି | ଲକ୍ଷ ହିସାବରେ, ପ୍ରଥମ ଥର ୩ ମହାକାଶ ଯାତ୍ରୀଙ୍କୁ ୫-୭ ଦିନ ପାଇଁ ମହାକାଶକୁ ପଠା ଯିବା | ଗଗନୟାନକୁ ଧରତ୍ରି ଠାରୁ ୩୦୦-୪୦୦ କିଲୋମିଟର ଦୂରରୁ ରଖାଯିବ |
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୧୫ ଅଗଷ୍ଟ ଲାଲକିଲ୍ଲାରୁ ଏହି ଯୋଜନା ବିଷୟରେ ଘୋଷଣା କରିଥିଲେ | ୩ ବିଶେଷଜ୍ଞ ମାନେ ବାଛିବା ପରେ ୨ ରୁ ୩ ବର୍ଷ ଯାଏଁ ପ୍ରଶିକ୍ଷଣ ଦିଆଯିବ | ଯଦି ଭାରତ ତା ମିଶନରେ ସଫଳତା ଲାଭ କରେ ତାହାଲେ ଦୁନିଆର ଚତୁର୍ଥ ଦେଶ ଭାବରେ ରହିବ | ଏବେ ପର୍ଯ୍ୟନ୍ତ ଆମେରିକା, ଚୀନ, ରୁଷ ଅନ୍ତରୀକ୍ଷରେ ମାନବଯୁକ୍ତ ଯାନ ପଠାଇ ସଫଳତା ପାଇଛି | ମାତ୍ର ୧୬ ମିନିଟରେ ଏହି ଯାନ ଅନ୍ତରୀକ୍ଷରେ ପହଞ୍ଚିବ |

Comments
Loading...