ସଲମାନ୍ ଖାଁଙ୍କର ମାଙ୍କୁ କାଟ୍ରିନା କେଫ୍ ଆଲିଙ୍ଗନ କରିଛନ୍ତି

0 199

ମୁଖ୍ୟାଂଶ:- ସଲମାନ୍ ଖାଁଙ୍କର ମାଙ୍କୁ କାଟ୍ରିନା କେଫ୍ ଆଲିଙ୍ଗନ କରିଛନ୍ତି : ସମର୍ଥକ ମାନେ ଶୁଭ ସମାଚାର                     ଅପେକ୍ଷାରେ ଅଛନ୍ତି |

ସମ୍ପୂର୍ଣ:-
ସଲମାନ୍ ଖାଁ ଏବେ ମାଲଟାରେ ‘ଭାରତ’ ଫିଲ୍ମ ସୁଟିଙ୍ଗ କରୁଛନ୍ତି | ସଲମାନ୍ ଲଗାତାର ଫଟୋ ଓ ଭିଡ଼ିଓ ସୋସିଆଲ ମିଡିଆରେ ପୋଷ୍ଟ କରୁଛନ୍ତି | କାଟ୍ରିନା କେଫଙ୍କର ଏହି ଫୋଟୋ କୁ ଦେଖି ବହୁତ ତଥ୍ୟ ବାହାର କରିଛନ୍ତି ଫ୍ୟାନ୍ସ ମାନେ ଏବଂ କାଟ୍ରିନା କେଫ ଓ ସଲମାନ୍ ଖାଁଙ୍କ ବନ୍ଧୁତାକୁ ନେଇ ପୁଣିଥରେ ଚର୍ଚ୍ଚା ଚାଲିଛି | କେବେଳ ଏହା ନୁହେଁ ସୋସିଆଲ ମିଡିଆରେ ଏହି ଦୁଇ ଜଣଙ୍କୁ ନେଇ ମେମେସ ମଧ୍ୟ ବାହାରୁଛି |

କାଟ୍ରିନା କେଫ ସବୁ ବେଳେ ସଲମାନ ଖାଁଙ୍କ ସହିତ ନିଜ ଦୋସ୍ତି ବନେଇ ଆସିଛନ୍ତି ଏବଂ ୨ ଜଣକ ଯୋଡି ମଧ୍ୟ ସୁପରହିଟ ସାବ୍ୟସ୍ତ ହୋଇଛି | କାଟ୍ରିନା କେଫ ଏବଂ ସଲମାନ ଖାଁଙ୍କର ଲାଟେଷ୍ଟ ଫିଲ୍ମ ‘ଟାଇଗର ଜିନ୍ଦା ହେ’ ବକ୍ସ ଅଫିସରେ ସୁପରହିଟ ହୋଇଥିଲା | ଏହା ପରେ ସଲମାନ ଖାଁଙ୍କର ‘ଭାରତ’ ର ଘୋଷଣା ହୋଇଥିଲା |

ପ୍ରଥମେ ଏଥିରେ ପ୍ରିୟଙ୍କାଙ୍କୁ ନିଅ ଯାଇଥିଲା, କିନ୍ତୁ ପ୍ରିୟଙ୍କା କୌଣସି କାରଣ ବଶତଃ ଏହି ଫିଲ୍ମ କରିବା ପାଇଁ ମନା କରିଥିଲେ | ଏହା ପରେ ଭାଇଜାନ ଓ ଫିଲ୍ମ ମେକର୍ସ କାଟ୍ରିନା କେଫଙ୍କୁ ନେବା ପାଇଁ ଚାହିଁଥିଲେ | ସବୁବେଳ ପରି କାଟ୍ରିନା ଥରକରେ ‘ଭାରତ’ ପାଇଁ ହଁ ମାରିଥିଲେ | ଇତି ମଧ୍ୟରେ କାଟ୍ରିନା ଓ ସଲମାନ୍ ମାଲଟାରେ ସୁଟିଙ୍ଗ କରୁଛନ୍ତି |

କିଛିଦିନ ପୂର୍ବରୁ ସଲମାନ୍ ଓ କାଟ୍ରିନାଙ୍କର ‘ଭାରତ’ ଫିଲ୍ମର ଏକ ଦୃଶ୍ୟ ବି ଭାଇରଲ ହୋଇଥିଲା | ଏହାକୁ ଫ୍ୟାନ୍ସ ମାନେ ବହୁତ ପସନ୍ଦ କରିଥିଲେ | ଫ୍ୟାନ୍ସ ମାନେ କମେଣ୍ଟ କରିଥିଲେ କି ‘ଆପଣ ଦୁଇ ଜଣ ବାହା ହୋଇଯାନ୍ତୁ ପ୍ଲିଜ଼’ |

ଏମିତି ବହୁତ କମେଣ୍ଟ ଆସୁଛି ଓ ୨ ଜଣଙ୍କର ଫ୍ୟାନ୍ସ ଚାହୁଁଛନ୍ତି ଏମାନଙ୍କର ଦୋସ୍ତି ଆହୁରି ଆଗକୁ ବଢ଼ୁ | କାଟ୍ରିନା କେଫ ସଲମାନଙ୍କର ଭଉଣୀ ସହିତ ମଧ୍ୟ ଫୋଟୋ ଉଠାଇ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି |

Comments
Loading...