ଆକ୍ଟର ନନ୍ଦମୁରି ହରିକ୍ରିଷ୍ଣାଙ୍କର ସଡକ ଦୁର୍ଘଟଣାରେ ମୃତ୍ୟୁ ଘଟିଛି

0 209

ଜୁନିଅର ଏନଟିଆରଙ୍କ ପିତା ଆକ୍ଟର ନନ୍ଦମୁରି ହରିକ୍ରିଷ୍ଣାଙ୍କର ସଡକ ଦୁର୍ଘଟଣାରେ ମୃତ୍ୟୁ ଘଟିଛି |

ଆନ୍ଧ୍ର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଏନଟି ରାମ ରାଓଙ୍କର ପୁଅ ହେଉଛନ୍ତି ନନ୍ଦମୁରି ହରିକ୍ରିଷ୍ଣା | ତେଲେଙ୍ଗାନାରେ ସଡକ ଦୁର୍ଘଟଣାରେ ତାଙ୍କର ମୃତ୍ୟୁ ଘଟିଛି | ନନ୍ଦମୁରି ହରିକ୍ରିଷ୍ଣା ଗୋଟେ ବିବାହ ସମାରୋହରେ ଯୋଗଦାନ କରିବା ପାଇଁ କାବିଲ ଯାଉଥିଲେ |

Nandamuri Harikrishna car img
Source:https://twitter.com/Iamtssudhir


ନାଳଗୋଣ୍ଡରେ ତାଙ୍କ କାର ଡିଭାଇଡରରେ ମାଡ଼ ହୋଇଥିଲା ଓ ଗାଡି ଓଲଟିକରି ରାସ୍ତାର ଆରପଟକୁ ପଳାଇଥିଲା | କାମିନେନି ହସ୍ପିଟାଲର ଉପଚିକିସ୍ଛକ ଅମୀର ଖାଁ କହିଥିଲେ କି ନନ୍ଦମୁରି ହରିକ୍ରିଷ୍ଣାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଛି | ଆମକୁ ସନ୍ଦେହ ଯେ କିଛି ଆଭ୍ୟନ୍ତରୀଣ ରକ୍ତ ସ୍ରାବ ମଧ୍ୟ ହୋଇଛି |

ବାସ୍ତବିକ କାରଣର ଯାଞ୍ଚ ଚାଲିଛି | ହରିକ୍ରିଷ୍ଣା ପେସାରେ ଅଭିନେତା ଥିଲେ ଏବଂ ସେ ବହୁତ ତେଲଗୁ ସିନେମାରେ କାମ କରିଛନ୍ତି |
ତାଙ୍କ ପୁତ୍ର କଲ୍ୟାଣରାମ ଓ ତାରକ ରାମ ରାୱ (ଜୁନିଅର ଏନଟିଆର) ମଧ୍ୟ ତେଲଗୁ ଫିଲ୍ମରେ ବହୁତ ପ୍ରଖ୍ୟାତ | ଅଭିନେତା ଓ ରାଜନେତାରେ ରାମ ରାୱ ତିନି ଥର ଆନ୍ଧ୍ର ପ୍ରଦେଶର ମୁଖ୍ୟମନ୍ତ୍ରୀ ରହିସାରିଛନ୍ତି | ହରିକ୍ରିଷ୍ଣା ମଧ୍ୟ ଚନ୍ଦ୍ର ବାବୁ ନାୟିଡୁ କାବିନେଟରେ 1990 ଦଶକରେ ମନ୍ତ୍ରୀ ରହିଥିଲେ |
2014ରେ ହରିକ୍ରିଷ୍ଣାଙ୍କ ପୁତ୍ର ଜାନକିରାମଙ୍କର ସଡକ ଦୁର୍ଘଟଣାରେ ମୃତ୍ୟୁ ହୋଇଥିଲା | ଉପରାଷ୍ଟ୍ରପତି ଏମ.ବେକେୟା କହିଛନ୍ତି କି ହରିକ୍ରିଷ୍ଣାଙ୍କ ମୃତ୍ୟୁରେ ସେ ବହୁତ ଦୁଃଖିତ ଅଛନ୍ତି | ସେ ଟ୍ୱିଟ ମଧ୍ୟ କରିଛନ୍ତି ‘ଲୋକପ୍ରିୟ’ ଅଭିନେତା ହିସାବରେ ସେ ତେଲଗୁ ଦର୍ଶକଙ୍କର ବହୁତ ମନୋରଞ୍ଜନ କରିଛନ୍ତି |

Comments
Loading...