KBC – ୧୦ଟି ମହତ୍ତ୍ୱପୁର୍ଣ ତଥ୍ୟ, ମାର୍କେଟିଙ୍ଗ ରେ ଖର୍ଚ୍ଚ ହେଉଛି ଏତେ କୋଟି |

0 274

କେମିତି ହେବ ଏଥରକର’କୋନ୍ ବନେଗା କାରୋଡ଼ପତି’ | ଜାଣନ୍ତୁ ଏହି ସିଜିନ୍ ର ୧୦ଟି କଥା | ଦେଶବାସୀଙ୍କର ଜେନେରାଲ ନଲେଜ ଟେଷ୍ଟ କରୁଥିବା ପପୁଲାର ରିୟାଲିଟି ସୋ ‘କୋନ୍ ବନେଗା କାରୋଡ଼ପତି’ ୧୦ତମ ସିଜିନ୍ ୩ ଡିସେମ୍ବର ରୁ ଆରମ୍ଭ ହେବାକୁ ଯାଉଛି | ସୋ ର ହୋଷ୍ଟ ଅମିତାଭ ବଚନ ଏହାର ସୂଚନା ଦେଇଛନ୍ତି | ସବୁ ଥର ଭଳି ଏହି ଥର ମଧ୍ୟ ‘KBC’ ରେ କିଛି ଚେଁଜେସ କରାଯାଇଛି | ଏହି ୧୦ଟି ପଏଣ୍ଟ ରୁ ଜାଣନ୍ତୁ କେମିତି ହେବ ଏଥରର ‘KBC’ |

୧- ସୋମବାର ରୁ ଶୁକ୍ରବାର ଯାଏଁ ରାତି ୯ଟାରେ ଆସୁଥିବା ‘KBC’ ରେ ଏଥର ୬୦ଟା ଏପିସୋଡ ରହିବ | ଯେବେକି ପୂର୍ବ ବର୍ଷ  ୫୨ ଏପିସୋଡ ଥିଲା |

୨- ପୂର୍ବ ବର୍ଷ ଟ୍ୟାଗଲାଇନ ‘ଦ ଫ୍ରାଇଡେଜ- ନେୟୀ ଚାହ ନେୟୀ ରାହ’ ଥିଲା | ଏହି ବର୍ଷ ‘ଆରଗୁମେଣ୍ଟେଡ ରିୟାଲିଟି’ ହେବ |

୩ – ମିଡ଼ିଆ ରିପୋର୍ଟସ ର ସୂଚନା ଅନୁସାରେ କୁହାଯାଇଛି ଯେ ଏଥର ‘KBC’ ମାର୍କେଟିଙ୍ଗ ରେ ୭-୮ କୋଟି  ଖର୍ଚ୍ଚ କରାଯାଉଛି |

୪ – ଏହି ବର୍ଷ ୧୫ ଦିନରେ ୩.୧ କୋଟି ରୁ ବେଶୀ ରେଜିଷ୍ଟ୍ରେସନ ‘KBC’ କୁ ମିଳିଛି |

୫ – ରବିବାର ୨ ସେପ୍ଟେମ୍ବର ରେ ଏହି ସୋ ର ସ୍ପେଶାଲ ‘କରଟନ୍ ରେଜର’ ଏପିସୋଡ ହେବ |

Amitabh Bhachan img

୬ – କଣ୍ଟେସେଣ୍ଟ ଙ୍କ ପାଇଁ ମିଳୁଥିବା ଅପସନ ୫୦- ୫୦, ଅଡ଼ିଏନ୍ସ ପୋଲ୍, ଜୋଡିଦାର ପୂର୍ବ ବର୍ଷ ଭଳି ରହିବେ |

୭ – ଏଥର ‘ଆସ୍ଙ୍କ ଦ ଏକ୍ସପର୍ଟ’ ଲାଇଫଲାଇନ ଫେରିବ, ଏଥିରେ ଭିଡ଼ିଓ କଲ୍ ଜରିଆରେ ଗୋଟେ ଏକ୍ସପର୍ଟଙ୍କ ଠାରୁ ସାହାଯ୍ୟ ନିଆ ଯାଇପାରେ |

୮ – ‘KBC’ ୧୦ର ଫର୍ମାଟରେ ପ୍ରଥମ ଥର ପାଇଁ ଅଡିଓ-ଭିଜୁଆଲ ପ୍ରଶ୍ନ ଜଡିତ କରାଯାଇଛି | ଯାହା ଖେଳଠୁ ଆରମ୍ଭ କରି ରାଜନୀତି ପର୍ଯ୍ୟନ୍ତ ଜଡିତ ରହିବ |

୯ – ସବୁ ଶୁକ୍ରବାର ରେ ‘କେବିସି କରମବୀର’ ସ୍ପେଶାଲ ଏପିସୋଡ ପ୍ରସାରିତ ହେବ | ଯୋଉଥିରେ ସମାଜର ସକାରାତ୍ମକ ଚେଁଜେସ ଆଣୁଥିବା ଜନତାଙ୍କୁ ନିମନ୍ତ୍ରଣ କରାଯିବ |
                                                        
୧୦ – ଏଥର ସୋ ର ଭାଷା ହିନ୍ଦୀ କୁ ବି ପ୍ରମୋଟ କରାଯିବ | ଅମିତାଭ ବଚନ ନିଜର ଏକ ବୟାନରେ ସ୍ପଷ୍ଟ କରିଛନ୍ତି କି ଏହି ସୋ ର ଭାଷା ହିନ୍ଦୀ ଅଟେ |

#KaunBanegaCrorepati

A million dreams fullfilled. A million hearts touched. A million memories to be cherished.A walk down the #KBC memory lane with Amitabh Bachchan in this special series called #KBC ka Hindustan.

Sony Entertainment Television ಅವರಿಂದ ಈ ದಿನದಂದು ಪೋಸ್ಟ್ ಮಾಡಲಾಗಿದೆ ಶನಿವಾರ, ಆಗಸ್ಟ್ 25, 2018

 

Comments
Loading...