ଏବେ FB ରେ ଭିଡ଼ିଓ ରୁ କମେଇପାରିବେ ପଇସା, You Tube ର ହବ ଛୁଟି ?

0 254

ଏବେ FB ରେ ଭିଡ଼ିଓ ରୁ କମେଇପାରିବେ ପଇସା, You Tube ର ହବ ଛୁଟି ? :

ଫେସବୁକ ନିଜ ଭିଡ଼ିଓ ପ୍ଲାଟଫର୍ମ ‘ଫେସବୁକ ୱାଚ’ ଦୁନିଆ ପାଇଁ ରିଲିଜ କରିସାରିଛି | ୟେ ଫେସବୁକ ତରଫରୁ ଭିଡ଼ିଓ କଣ୍ଟେନ୍ଟସ ପାଇଁ ନୂଆ ପ୍ରଡକ୍ଟ ଅଟେ | ଏହା ଗୁଗୁଲ ର ୟୁ ଟ୍ୟୁବକୁ ଫେସବୁର ଜବାବ ମାନା ଯାଉଛି | ସର୍ବ ପ୍ରଥମେ ଏହାକୁ ପୂର୍ବ ବର୍ଷ ଅଗଷ୍ଟରେ ହିଁ ଆମେରିକା ରେ ଲଞ୍ଚ କରାଯାଇଥିଲା |
Fb 01 img

ଭେରାଇଟି ର ଖବର ଅନୁସାରେ, ସୋସିଆଲ ମିଡ଼ିଆର ଦିଗଜ ଫେସବୁକ ବୁଧବାର ଦିନ କହିଲେ କି VOD ସେବାକୁ ଗୁରୁବାର ଠାରୁ ସବୁ ଜାଗାରେ ଉପଲବ୍ଦ ହେବ | ଏହା ଦ୍ୱାରା ପବ୍ଲିଶର୍ସ ଏବଂ କଣ୍ଟେଣ୍ଟ କ୍ରିଏଟର୍ସ ତାଙ୍କ ଭିଡ଼ିଓ ପାଇଁ ଅନ୍ତରାଷ୍ଟ୍ରୀୟ ବାଜାର ମିଳିବ |

ଫେସବୁକ ଗୋଟେ ଷ୍ଟେଟମେଣ୍ଟ ରେ କହିଲା ୱାଚ ର ଲଂଚିଙ୍ଗ ସହିତ ଆମେ ଅନ୍ତରାଷ୍ଟ୍ରୀୟ ସ୍ତର ଉପରେ ପବ୍ଲିଶର୍ସ ଓ କ୍ରିଏଟର୍ସ ଙ୍କୁ ୨ ପ୍ରକାରର ସାହାଯ୍ୟ କରିବାକୁ ଚାହୁଁଛୁ | ପ୍ରଥମ ଫେସବୁକ ରେ ଭିଡ଼ିଓ ରୁ ପଇସା କମେଇବାରେ ତାଙ୍କୁ ସାହାଯ୍ୟ କରିବା ଓ ଦ୍ୱିତୀୟ କ୍ରିଏଟର୍ସ ଭଲ ଭାବରେ ଜାଣିପାରିବେ ତାଙ୍କ କଣ୍ଟେଣ୍ଟ କେମିତି ପରିବେଷଣ କରୁଛନ୍ତି |
Fb 02 img

ୱାଚ କୁ ପୂର୍ବ ବର୍ଷ ଆମେରିକା ୟୁଜର୍ସ ମାନଙ୍କ ପାଇଁ ଏକ ଭଲ ପ୍ଲାଟଫର୍ମ ଦବ ଲକ୍ଷରେ ଲଞ୍ଚ କରା ଯାଇଥିଲା ଯୋଉଠି ସୋ ଏବଂ ଭିଡ଼ିଓ କୁ କ୍ରିଏଟର୍ସ ଡିସ୍କୋଭର୍ କରିପାରୁଥିବେ | ତାହା ସହ କ୍ରିଏଟର୍ସ ଏବଂ ୟୁଜର୍ସ ମଧ୍ୟରେ ସମ୍ବାଦ ସ୍ଥାପନ ହୋଇପାରୁଥିବ | ଜୁନ ମାସରେ ଫେସବୁକ ଘୋଷଣା କରିଥିଲା ଯେ କମ୍ପାନୀ କ୍ରିଏଟର୍ସ ଓ ୟୁଜର୍ସ ଙ୍କୁ ପାଖକୁ ଆଣିବା ପାଇଁ ନୂଆ ସୋ ଲଞ୍ଚ କରିବ | ଯୋଉଥିରେ poles ଓ quizzes ପରି ଫିଚର୍ସ ଥିବା | ଫେସବୁକ ଏହା ମଧ୍ୟ ଜଣାଇ ଦେଇଛି ଯେ ଏହି ସେବା ଇଂଲିଶ କଣ୍ଟେଣ୍ଟ ସହିତ ଅଲଗା ଲୋକାଲ ଲାଙ୍ଗୁଏଜେ କୁ ମଧ୍ୟ ସପୋର୍ଟ କରିବ |
Fb 03

ଫେସବୁକ ଭିଡ଼ିଓ ମାଧ୍ୟମରେ ପଇସା କମେଇବାର କିଛି ସର୍ତ ରଖିଛି | କ୍ୱାଲିଫାଏ କରିବା ପାଇଁ ଅତି କମରେ ୩ ମିନିଟର ଭିଡ଼ିଓ ବନେଇବାକୁ ପଡିବ | ଯାହାର ୧୦,୦୦୦ ଫଲୋଅର୍ଶ ଥିବା ଦରକାର, ୨ ମାସର ସମୟ ଭିତରେ ୩୦,୦୦୦ରୁ ବି ଅଧିକ ମିନିଟ ୟୁଜ୍ ହେବ ଦରକାର | ଓ ଫେସବୁକ ମେନଟାଇଜେସନ ଏଲିଜିବିଲିଟି ମାନଙ୍କୁ ପୁରା କରିବା ଦରକାର |

Comments
Loading...