Diesel ର ନୂଆ ଟଚସ୍କ୍ରୀନ ସ୍ମାର୍ଟ ୱାଚ ଭାରତରେ ଲଞ୍ଚ ହୋଇଛି

0 222

Diesel ଭାରତରେ ନିଜର ନୂଆ ସ୍ମାର୍ଟ ୱାଚକୁ ଲଞ୍ଚ କରିସାରିଛି | ଜାଣନ୍ତୁ କଣ ଖାସ ଅଛି ଏହି ସ୍ମାର୍ଟ ୱାଚରେ | ଫ୍ୟାସନ ବ୍ରାଣ୍ଡ Diesel ଗୁରୁବାର ଦିନ ନିଜର ଲେଟେଷ୍ଟ ପ୍ରିମିଅମ ଟଚସ୍କ୍ରୀନ ସ୍ମାର୍ଟ ୱାଚ Diesel Full Guard ୨.୫ କୁ ଲଞ୍ଚ କରିସାରିଛି | ବୁଧବାର ଦିନ ଏହାର ଗ୍ଲୋବ ଲଂଚିଙ୍ଗ କରାଯାଇଥିଲା | ଏହି ସ୍ମାର୍ଟ ୱାଚକୁ Diesel ବ୍ରାଣ୍ଡେଡ ବୋଲଡ୍ ଡିଜାଇନ ରେ ରଖା ଯାଇଛି | ଏହି ସ୍ମାର୍ଟ ୱାଚ ଗୁଗୁଲ ଉଇୟର ଅପେରଟିଙ୍ଗ ସିଷ୍ଟମ ଠୁ କମ ଓ ଏଣ୍ଡ୍ରୋଏଡ ଫୋନ ଏବଂ ଆପେଲ ଫୋନ ସହିତ ସମାନ ଅଟେ |

କମ୍ପାନୀ Diesel Full Guard ୨.୫ ସ୍ମାର୍ଟ ୱାଚର ଦାମ ୨୪,୪୯୫ ରଖିଛି ଏବଂ ଏହା ଭାରତର ବଛା ବଛା ଷ୍ଟୋରରେ ନଭେମ୍ବର ସୁଦ୍ଧା ଉପଲବ୍ଧ କରାଯିବ | Diesel ର ଏ ନୂଆ ସ୍ମାର୍ଟ ୱାଚ ଏଣ୍ଡ୍ରୋଏଡ ୪.୪ ଓ ଏହାଠାରୁ ଅଧିକ ସପୋର୍ଟ କରୁଥିବା ସ୍ମାର୍ଟଫୋନ ଓ iOS ୯.୩ ଏବଂ ଏହାଠରୁ ଅଧିକ ସପୋର୍ଟ କରୁଥିବା iPhone ସହିତ ସାମାନ ଅଟେ |

ଏହି ପ୍ରିମିଅମ ଟଚସ୍କ୍ରୀନ ସ୍ମାର୍ଟ ୱାଚରେ କ୍ୱାଲକମ ସ୍ନାପଡ୍ରାଗନ ଉଇୟର ୨୧,୦୦ ପ୍ରୋସେସର ଦିଆଯାଇଛି | ତା ସହିତ ଏଥିରେ ରା଼ପୀଡ଼ ଚେଁଜିଙ୍ଗ, ମ୍ୟୁଜିକ ପ୍ଲେବ୍ୟାକ କଣ୍ଟ୍ରୋଲ, କଷ୍ଟୋମାଇଜେବଲ ୱାଚ ଫେସ ଏବଂ ସ୍ମାର୍ଟଫୋନ ନୋଟିଫିକେସନ ଭଳି ଫିଚର ଦିଆଯାଇଛି | Diesel ର ଏହି ସ୍ମାର୍ଟ ୱାଚକୁ ୩ ଏଟିଏମ ୱାଟର୍ ରେସିଷ୍ଟେନ୍ସ ସହିତ ଦର୍ଶା ଯାଇଛି, ମାନେ ଏହାକୁ ୩୦ ମିଟର ଯାଏଁ ଗଭୀର ପାଣିରେ ବୁଡ଼ା ଯାଇପାରିବ |

ଏହି ସ୍ମାର୍ଟ ୱାଚରେ ଏକ ଖାସ ଫିଚର ବି ଦିଆ ଯାଇଛି | ଏହାର ଡ଼ିସପ୍ଲେ ଲୋକାଲର ପାଗ ଅନୁସାରେ ବଦଳିବ | ଯେମିତ ପାଗ ବଦଳି ବଦଳି ଚାଲିବ, ଆପଣଙ୍କ ଡ଼ିସପ୍ଲେରେ ଦେଖାଯାଉଥିବା ଆନିମେସନ ଦ୍ୱାରା ଏହାର ସୂଚନା ମଧ୍ୟ ମିଳିବ | ଏହି ଆନିମେସନ ଆଇସ୍, ସ୍ନୋ, ରେନ୍, କ୍ଲାଉଡ଼, ହ୍ୟୁମିଡ଼ିଟି ପରି ହେବ | ଏହି ୱାଚକୁ ୪ଟା ଭେରାଇଟି ରୂପରେ ଦର୍ଶା ଯାଇଛି |

Comments
Loading...