ଉବର ଏୟାର କ୍ୟାବରେ, ଏବେ ଉଡିବା ପାଇଁ ରେଡି ହେଇଯାଆନ୍ତୁ

0 211

ଆମେରିକାର ବହୁତ ସହରରେ କ୍ୟାବ ସେବା କମ୍ପାନୀ ଗୁଡିକ, ଉବର ଏୟାର ଟ୍ୟାକ୍କ୍ସି ସେବା ଆରମ୍ଭ କରିବାକୁ ଲାଗିଛି |ଏବେ ଆମ ଭାରତୀୟଙ୍କ ପାଇଁ ଭଲ ଖବର ଏହା କି ଉବର ଭାରତକୁ ସେହି ୫ଟି ଦେଶ ମଧ୍ୟରେ ସାମିଲ କରିଛି | ଆସୁଥିବା ଏହି ୫ ବର୍ଷ ମଧ୍ୟରେ କ୍ୟାବ ସେବା ଆରମ୍ଭ କରାଯାଇପାରେ | ଉବର ର ଏୟାର ଟ୍ୟାକ୍କ୍ସି ବ୍ରାଞ୍ଚ ‘Uber Elite’ ଗୁରୁବାରଦିନ ଘୋଷଣା କରିଛନ୍ତି କି ଇଣ୍ଡିଆ, ଜାପାନ, ଅଷ୍ଟ୍ରେଲିଆ, ବ୍ରାଜିଲ ଓ ଫ୍ରାନ୍ସ କୁ ପ୍ରଥମ ଥର ପାଇଁ ଏୟାର ଟ୍ୟାକ୍କ୍ସି ସେବା ପାଇଁ ବଛା ଯାଇଛି | ଉବର ପ୍ରଥମେ Dallas ଓ Los Angeles ରେ ଏହି ସେବା ଆରମ୍ଭ କରିବ | ଏହାପରେ ଏହାର ଆରମ୍ଭ ପାଇଁ ତୃତୀୟ ସହର ଏହି ୫ଟି ଦେଶ ମଧ୍ୟରୁ ଗୋଟେ ହେଇପାରେ |

ଗୋଟେ ବୟାନରେ କମ୍ପାନୀ କହିଲା, ମୁମ୍ବାଇ, ଦିଲ୍ଲୀ ଓ ବାଙ୍ଗଲୋର ଦୁନିଆର କିଛି ଗହଳିମୟ ସହର ଅଛି | ଯୋଉଠି କିଛି କିଲୋମିଟର ଯାତ୍ରାରେ ମଧ୍ୟ ଘଣ୍ଟା ଘଣ୍ଟା ସମୟ ଲାଗେ | ଉବର ଏୟାରରେ ଏହି କଥାରେ ଏହାର ଜବରଦସ୍ତି ସମ୍ଭାବନା ଅଛି କି ଏମିତି ଜାଗାକୁ ଯିବା ଆସିବା କରିବାକୁ ଲୋକଙ୍କୁ ସହାୟତା ହେବ |

ଏଠାରେ ଥିବା ଭିଡ଼ିଓକୁ ଦେଖନ୍ତୁ, କେମିତି ଚାଲିବ ଉବର ର ଏୟାର ଟ୍ୟାକ୍କ୍ସି ସେବା

ଏହାର ଦାମ ବି ରହିବ ସାଧାରଣ :

ଉବର ଏଲଭେଟର ୱେବସାଇଟ୍ ଅନୁସାରେ ଆମେରିକାର ସାନ୍ ଫ୍ରାନସିକୋ ଠୁ ସାନ ଜୋସ ପର୍ଯ୍ୟନ୍ତ ପାଖ ପାଖି ୪୩ କିଲୋମିଟର ଯାତ୍ରାରେ ଏହି ସେବାରେ ମାତ୍ର ୧୫ ମିନିଟ ଲାଗିବ, ଯୋଉଟା ଏବେ ଆମକୁ ୧ ଘଣ୍ଟା ୪୦ ମିନିଟ ଲାଗୁଛି | ଏଥିପାଇଁ ପ୍ରଥମେ ଦାମ ରହିବ ୧୨୯ ଡ଼ଲାର (୯,୦୦୦ ଟଙ୍କା) ଓ ପରେ ଏହାର ଦାମ ୪୩ ଡ଼ଲାର (୩,୦୦୦ ଟଙ୍କା) ରହିବ ଓ ଶେଷରେ ଏହାର ଦାମ ୨୦ ଡ଼ଲାର (୧,୪୦୦ ଟଙ୍କା) କରିଦିଆଯିବ | ଏବେ ଆମେରିକାରେ ଏତେ ଦୂର ଯିବା ପାଇଁ ଲୋକମାନେ ଉବର କ୍ୟାବର ସେବାକୁ ପାଖା ପାଖି ୧୧୧ ଡ଼ଲାର (୭,୮୦୦ ଟଙ୍କା) ଦଉଛନ୍ତି | ଉବର ର ଏହି ସେବା ଆରମ୍ଭ ହେବ ଯଦି ସହରରେ ମେଟ୍ରୋ ପାଇଁ ଘଣ୍ଟା ଘଣ୍ଟା ଧରି ଫସି ରହିଥିବା ଲୋକଙ୍କର ସମୟ ବଞ୍ଚିବ |

Comments
Loading...