୫ ସେପ୍ଟେମ୍ବରରେ ଲଞ୍ଚ ହବ Xiaomi ର ନୂଆ ସ୍ମାର୍ଟଫୋନ୍

0 235

ଚାଇନିଜ ସ୍ମାର୍ଟଫୋନ୍ ମେକର ସାଓମି ଭାରତରେ ନୂଆ ସ୍ମାର୍ଟଫୋନ୍ ଲଞ୍ଚ କରିବା ଉଦେଶ୍ୟରେ ଅଛନ୍ତି | ଏହି କମ୍ପାନୀରେ ମିଡ଼ିଆ ଇନଭାଇଟିସ ପଠେଇବା ଆରମ୍ଭ କରିଛି, ଯାହା ଉପରେ ୬ ଲେଖା ଯାଇଛି | ଲଞ୍ଚ ଇଭେଣ୍ଟ ୫ ସେପ୍ଟେମ୍ବରରେ ଦିଲ୍ଲୀ ଏନସିଆରରେ ଆୟୋଜିତ କରାଯିବ |

ସାଓମି ୫ ସେପ୍ଟେମ୍ବରରେ ଲଞ୍ଚ ଇଭେଣ୍ଟ ପାଇଁ ଦେଶର ନୂଆ ସ୍ମାର୍ଟଫୋନ୍ ହାସଟାଗ୍ ଚଳାଉଛନ୍ତି | ରିପୋର୍ଟ ଅନୁସାରେ କମ୍ପାନୀ ଏହି ଦିନରେ Redmi 6, Redmi 6A ଓ Redmi 6 Pro ଲଞ୍ଚ କରିବା | କୁହାଯାଉଛି ଯେ Mi A2 Lite ବି ଏହା ଭିତରେ ଲଞ୍ଚ କରାଯାଇପାରେ | କାହିଙ୍କି ନା ଏହା ପୂର୍ବରୁ ଭାରତରେ କେବେଳ Mi A2 ଲଞ୍ଚ ହୋଇଛି | ଯେବେକି ସ୍ପେନର ଗ୍ଲୋବାଲ ଇଭେଣ୍ଟରେ କମ୍ପାନୀ ନୂଆ ୨ଟା ସ୍ମାର୍ଟଫୋନ୍ ଲଞ୍ଚ କରିଥିଲା |

ସାଓମି ସୋସିଆଲ ମିଡିଆରେ ଗୋଟେ ଛୋଟ ଭିଡ଼ିଓ ଟିଜର୍ ମଧ୍ୟ ଦେଖାଇଛନ୍ତି, ଯୋଉଥିରେ ୩ଟି ସ୍ମାର୍ଟଫୋନ ଦେଖା ଯାଉଛି | ଏଠାରେ ୬ ଲେଖାଯାଇଛି | ଟିଜର୍ ରେ ଦେଖାଉଥିବା ୩ଟି ସ୍ମାର୍ଟଫୋନ୍ ମଧ୍ୟରୁ ଗୋଟେ ସ୍ମାର୍ଟଫୋନ୍ ଡ଼ିସପ୍ଲେରେ ଦେଖାଯାଇପାରେ | ଯେବେକି ୨ଟା ସ୍ମାର୍ଟଫୋନ୍ ୧୮:୯ ଓ ୧୯:୯ ଆସପେକ୍ଟ ରେସିଓ ଡ଼ିସପ୍ଲେ ଵାଲା ଅଟେ |

Mi A2 Lite କୁ ଡ଼ିସପ୍ଲେରେ ଦେଖାଯାଉଛି, ଏଥିପାଇଁ ପୁରା ଭରସା ଅଛି ଯେ Mi 2 Lite କୁ ଭାରତରେ Redmi 6 Pro ନାମରେ ରୀ-ବ୍ରାଣ୍ଡ କରିକି ଲଞ୍ଚ କରାଯିବ |

Redmi 6 ରେ 4GB RAM ସହିତ 64GB ଇଣ୍ଟରନାଲ୍ ମେମୋରୀ ଦିଆଯାଇପାରେ, ଯାହାର ଦାମ ୮,୫୦୦ ଟଙ୍କାରୁ ଆରମ୍ବ ହବାର ଆଶା ଅଛି | Redmi 6 Pro ର ଦାମ ୧୨,୦୦୦ ଟଙ୍କାରୁ ଆରମ୍ଭ ହୋଇପାରେ | ଆଉ ଏଥିରେ ସ୍ନାପଡ୍ରାଗନ୍ ୬୨୫ ପ୍ରୋସେସର ଦିଆଯିବ | ଏଥିରେ ୫.୮୪ ଇଞ୍ଚର ସ୍କ୍ରିନ ହେବ | ଆଉ ଏହି ସ୍ମାର୍ଟଫୋନ୍ ଟି ଡୁଆଲ ରିଅର କ୍ୟାମେରା ଵାଲା ହେବ |

Xiaomi Redmi 6A ରେ ୫.୪୫ ଇଞ୍ଚ ଏଚଡି ଡ଼ିସପ୍ଲେ ଦିଆ ଯିବ, ଯାହାର ଆସପେକ୍ଟ ରେସିଓ ୧୮:୯ ର ହେବ | ଏହି ସ୍ମାର୍ଟଫୋନ୍ ରେ Helio A22 ପ୍ରୋସେସର ଦିଅଯାଇଛି | ଏଥିରେ ୧୩ ମେଗାପିକ୍ସେଲ ରିଅର କ୍ୟାମେରା ଦିଆଯାଇଛି ଓ ସେଲ୍ଫି ପାଇଁ ୫ ମେଗାପିକ୍ସେଲର ରିଅର କ୍ୟାମେରା ଦିଆଯାଇଛି | ଏଥିରେ 2GB RAM ସହିତ 16GB ଇଣ୍ଟରନାଲ୍ ମେମୋରୀ ଦିଆଯାଇଛି | ଆଉ ଏକ୍ସଟ୍ରା ମେମୋରୀ ପାଇଁ ଏସଡି କାର୍ଡର ସପୋର୍ଟ ଦିଆଯାଇଛି |

Comments
Loading...