‘ତରୁଣ ସାଗର’ ଙ୍କର ଦେହାନ୍ତ : ଜୈନ୍ ମୁନିଙ୍କର ସେହି ୧୦ ବୟାନ

ଯାହା ବନିଲା ବିବାଦର କେନ୍ଦ୍ର

0 211

‘ଜୈନ୍ ମୁନି ତରୁଣ ସାଗର’ ମୁସଲିମ ଆବାଦୀ ଠୁ ଆରମ୍ଭ କରି ତିନ ତଲାକ, ଓ ଆରକ୍ଷଣ ଠୁ ଆରମ୍ଭ କରି ଭଣ୍ଡ ବାବାଙ୍କ ଉପରେ ଶକ୍ତ ଟିପଣୀ କରିସାରିଛନ୍ତି | ସେ ରାଜନେତାଙ୍କ ଉପରେ ଶକ୍ତ ମନ୍ତବ୍ୟ ମଧ୍ୟ ଦେଉଥିଲେ, ଆଉ ବାକି ସନ୍ଥ ମାନଙ୍କୁ ମଧ୍ୟ ରାଜ୍ୟସଭା ଓ ଲୋକସଭା ଯାଇକରି ଧର୍ମ ସମ୍ବଧରେ ବକ୍ତୃତା ଦେବା ପାଇଁ କହୁଥିଲେ |

ଜୈନ୍ ମୁନି ତରୁଣ ସାଗରଙ୍କର ୫୧ ବର୍ଷ ବୟସରେ ଦେହାନ୍ତ ହେଲା | ସେ ଦିଲ୍ଲୀର କୃଷ୍ଣ ନଗରରେ ଶେଷ ନିଶ୍ୱାସ ତ୍ୟାଗ କଲେ | ଆଜି ଅପରାହ୍ନରେ ‘Delhi-Meerut’ ଠାରେ ଅନ୍ତିମ ସଂସ୍କାର କରାଯିବ | ତରୁଣ ସାଗର ଜଣ୍ଡିସ ରୋଗରେ ପୀଡିତ ଥିଲେ, ଏହାପରେ ତାଙ୍କର ସ୍ୱାସ୍ଥ୍ୟ ଅବସ୍ତା ଆହୁରି ଖରାପ ହୋଇଯାଇଥିଲା |

ତରୁଣ ସାଗର ଗୋଟେ ସନ୍ଥ ହେବା ସହ, ସେ ଦେଶ ଦୁନିଆର ତର୍କ ଉପରେ ନିଜ ମତାମତ ରଖୁଥିଲେ | ଏମିତିକି ଦେଶର ରାଜନୀତି ଉପରେ ମଧ୍ୟ ନିଜ ମତାମତ ରଖୁଥିଲେ | ସେ ଦିଲ୍ଲୀ ଠୁ ଆରମ୍ଭ କରି ହରିୟାଣା ବିଧାନସଭା ପର୍ଯ୍ୟନ୍ତ ନିଜ ଉପଦେଶ ଦେଇଥିଲେ | ତାଙ୍କ ମତାମତ କୁ ନେଇକି କେତେ ଥର ବିବାଦ ମଧ୍ୟ ହୋଇଛି |

ଆତଙ୍କବାଦ ଉପରେ ଥରେ ସେ କହିଥିଲେ କି, ଯେତେକ ଆତଙ୍କବାଦୀ ପାକିସ୍ତାନରେ ନାହାନ୍ତି, ତାଠୁ ବେଶୀ ଦେଶଦ୍ରୋହୀ ଆମ ଦେଶରେ ଅଛନ୍ତି | ସେ କହିଥିଲେ କି ଦେଶଦ୍ରୋହୀ ମାନଙ୍କୁ ଚିହ୍ନଟ କରି ସେମାନଙ୍କ ବିରୋଧରେ ପଦକ୍ଷେପ ନବା ଉଚିତ | ତାହାଲେ ଯାଇ ଦେଶର ଆତଙ୍କବାଦ ଶେଷ ହୋଇପାରିବ |

ତରୁଣ ସାଗର ନିଜ ବୟାନରେ ଏହା ମଧ୍ୟ କହିଥିଲେ କି, ଦେଶରେ କିଛି ମୁସଲମାନ ଏମିତି ବି ଅଛନ୍ତି କି, ଯାହାର ହିନ୍ଦୁସ୍ତାନ ରେ ମନ ଲାଗୁନି, ସେମାନଙ୍କୁ ପାକିସ୍ତାନ ପଠେଇଦବା ଉଚିତ | ତାହା ସହ ଏହା ମଧ୍ୟ କହିଥିଲେ କି ଯୋଉ ହିନ୍ଦୁ ମାନଙ୍କର ପାକିସ୍ତାନ ରେ ମନ ଲାଗୁନି ସେମାଙ୍କୁ ହିନ୍ଦୁସ୍ତାନ କୁ ଡାକିବା ଦରକାର |

Three divorce ଉପରେ ଦେଇଥିବା ମନ୍ତବ୍ୟ :

୧୦ ଅଗଷ୍ଟରେ ସେ ମୁସଲିମ ମହିଳାଙ୍କ ସହିତ ଜଡିତ ତିନ୍ ତଲାକ ଉପରେ ମଧ୍ୟ ବୟାନ ଦେଇଥିଲେ ଯେ, ଯେଉଁମାନେ ମୁସଲିମ ମହିଳାଙ୍କର କଲ୍ୟାଣ ପାଇଁ ଦାବି କରୁଛନ୍ତି, ସେ ସବୁ ତାଙ୍କର ମିଛ ବାହାନା ଅଟେ |
ସେ ନେତାଙ୍କ ଉପରେ କହିଥିଲେ ଯେ, ଛୋଟ ଚୋରି କଲା ଵାଲା ଜେଲରେ ବାଣ୍ଡ ଅଛନ୍ତି, ଆଉ ଯିଏ ବଡ ବଡ ଚୋରି କରିଛନ୍ତି ସେମାନେ ଲୋକସଭା ଓ ରାଜ୍ୟସଭାରେ ବସିଛନ୍ତି |
ସେ କହିଥିଲେ କି ଲୋକସଭା ଓ ବିଧାନସଭାରେ ବାସୁଥିବା ଲୋକ ସୁଧୁରିଯାନ୍ତୁ, ତାହାଲେ ଯାଇ ୧ ବିଲିୟନ ୩୪ କୋଟି ୯୭ ଲକ୍ଷ ଲୋକ ବି ସୁଧୁରି ଯିବେ |

love jihad ଉପରେ ଦେଇଥିବା ବୟାନ :

love jihad ଭଳି ବଡ ବିବାଦରେ ମଧ୍ୟ ଜୈନ୍ ମୁନି ନିଜ ମନ୍ତବ୍ୟ ରଖିଥିଲେ | ସେ love jihad କୁ ମୁସଲମାନଙ୍କ ଚକ୍ରାନ୍ତ ବୋଲି କହିଥିଲେ, ଏହା ମଧ୍ୟ କହିଥିଲେ କି, ମିଛ ପ୍ରେମର ନାଁରେ ହିନ୍ଦୁ ଝିଅମାନଙ୍କୁ ମୁସଲମାନ ବନାଯାଉଛି | ସେ କହିଥିଲେ କି ଯଦି love jihad କୁ ନ ରୋକାଯିବ ତାହାଲେ କିଛିଦିନ ଭିତରେ ଭାରତ ଦ୍ୱିତୀୟ ପାକିସ୍ତାନ ଵନିଯିବ |

Muslim population ଦେଶ ପାଇଁ ବିପଦ :

ମୁସଲମାନ ମାନଙ୍କର ଜନସଂଖ୍ୟା ବୃଦ୍ଧି ଉପରେ ତରୁଣ ସାଗର ଦେଇଥିବା ବୟାନ କୁ ନେଇକି ବିବାଦ ସୃଷ୍ଟି ହୋଇଥିଲା | ସେ କହିଥିଲେ କି ମୁସଲମାନ ମାନଙ୍କର ଜନସଂଖ୍ୟା ବୃଦ୍ଧି ଦେଶ ପାଇଁ ବିପଦ |

fake baba ଙ୍କ ଉପରେ ଦେଇଥିବା ବୟାନ :

ତରୁଣ ସାଗର କହିଥିଲେ କି, ଦଶହରା ସମୟରେ ରାବଣ ଜାଗାରେ ଦୁଷକର୍ମୀ ବାବାଙ୍କର ପୁତ୍ତଳିକା ଜଳାଇବା ଉଚିତ | ସେ କହିଥିଲେ କି ଦଶହରା ସେବେ ସାର୍ଥକ ହବ ଯେବେ ଆମେ ସବୁ ମିଶିକି ଭଣ୍ଡ ବାବାଙ୍କ ବିରୋଧରେ ଛିଡା ହବା |

Reservation ଉପରେ ଦେଇଥିବା ବୟାନ :

ତରୁଣ ସାଗର ଆରକ୍ଷଣ ର ବିରୁଦ୍ଧରେ ଥିଲେ, ସେ କହିଥିଲେ କି ଗୁଣ ଓ ଉପଯୁକ୍ତତା ଉପରେ ଆରକ୍ଷଣ ହେବ ଉଚିତ, ତେବେ ଯାଇକି ଦେଶର ଭଲ ହେବ | ସେ କହିଥିଲେ କି ପୁରା ଦେଶରେ ଆରକ୍ଷଣ କୁ ନେଇକି ଆନ୍ଦୋଳନ ଚାଲିଛି, ଏହା ଭଲ ପରମ୍ପରା ନୁହେଁ |

ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି, ତରୁଣ ସାଗର ମହାରାଜ୍ ଙ୍କ ବିୟୋଗରେ ଦୁଃଖ ପ୍ରକାଶ କରିଛନ୍ତି |

 

Comments
Loading...