‘ସ୍ତ୍ରୀ’ ଫିଲ୍ମ ଦେଖିବା ପରେ ଏହା ସବୁ କହିଛନ୍ତି ବଲିଉଡ ତାରକା, ପଢ଼ନ୍ତୁ ତାଙ୍କ ସମୀକ୍ଷା

0 222

ରାଜକୁମାର ରାଓ ଓ ଶ୍ରଦ୍ଧା କପୁରଙ୍କର ହରର୍ କମେଡି ଫିଲ୍ମ ‘ସ୍ତ୍ରୀ’ କୁ ଦେଖିବା ପରେ କିଛି ଏହି ଭଳି ରିଆକ୍ସନ ଦେଇଥିଲେ ବଲିଉଡ ତାରକମାନେ, ଚାଲନ୍ତୁ ଏହାକୁ ପଢିବା | ଏହି ଫିଲ୍ମ ପାଇଁ ଅଲି ଫଜଲ୍ ମୁମ୍ବାଇର ଜୁହୁ ଥିଏଟରରେ ହୁଟିଙ୍ଗ ମଧ୍ୟ କରିଛନ୍ତି |

stree img

 

ମୁମ୍ବାଇରେ ରାଜକୁମାର ରାଓ ଓ ଶ୍ରଦ୍ଧା କପୁରଙ୍କର ହରର୍ କମେଡି ଫିଲ୍ମ ‘ସ୍ତ୍ରୀ’ କୁ ସ୍ପେସିଆଲ ସ୍କ୍ରିନିଙ୍ଗ ରଖାଗଲା | ଯୋଉଥିରେ କି ବହୁତ ବଡ ବଡ ବଲିଉଡ ତାରକମାନେ ଉପସ୍ଥିତ ଥିଲେ ଏବଂ ସେମାନେ ଫିଲ୍ମ ଉପରେ ନିଜ ନିଜର ପ୍ରତିକ୍ରିୟା ଦେଲେ |

ଫିଲ୍ମର ସ୍କ୍ରିନିଙ୍ଗ ରେ ବାଣୀ କପୁର, ଶ୍ରଦ୍ଧା କପୁରଙ୍କ ମା ଓ ଭାଇ ସିଦ୍ଧାନ୍ତ କପୁର, ପଦ୍ମିନୀ କୋଲ୍ହାପୁରି, ରାଜକୁମାର ରାଓ, ହନ୍ସଲ ମେହତା, ଭିକି କୌଶଲ, ତାପସ୍ୱୀ ପନୁ, ରାଜକୁମାର ହିରନୀଙ୍କ ଭଳି ବହୁତ ତରକମାନେ ପହଞ୍ଚିଲେ |

Stree img

 

ଫିଲ୍ମ ବିଷୟରେ କୃତି ସେନନ୍ କହିଛନ୍ତି ଯେ, ‘ସ୍ତ୍ରୀ’ ଫିଲ୍ମଟି ଡର ଆଉ କମେଡିର ସାନଦାର କମ୍ବିନେସନ ! ଅମର କୌଶିକ, ମେଡକ ଫିଲ୍ମ, ବାର୍ଥ ଡେ ବଏ ରାଜକୁମାର ରାଓ ସବୁ ବେଳ ପରି ସାନଦାର, ପଙ୍କଜ ତ୍ରିପାଠୀ ସାର୍ ଓ ଅପାର ଶକ୍ତି ସହିତ ସମସ୍ତେ ମୋତେ ଆଶ୍ଚର୍ଯ୍ୟଚକିତ କରିଛନ୍ତି | ଶ୍ରଦ୍ଧା କପୁର ବହୁତ ସୁନ୍ଦର ଲାଗୁଛନ୍ତି |

ତପସ୍ୱୀ ପନୁ କହିଲେ ‘ହିନ୍ଦୀ ଫିଲ୍ମ ରେ ଡ଼ରାୱନୀ କମେଡି ‘ ଦେଖିବାକୁ ବହୁତ ଭଲ ଲାଗେ|

ୟାମୀ ଗୌତମ କହିଲେ, ‘ସ୍ତ୍ରୀ’ ରାଜକୁମାର ରାଓ ଆପଣ ସବୁଠାରୁ ଅବିଶ୍ୱସନୀୟ ଓ ବହୁମୁଖୀ କଳାକାର ମଧ୍ୟରୁ ଜଣେ | ଆପଣଙ୍କ ପ୍ରଚେଷ୍ଟା ବହୁତ ଭଲ ଅଟେ | ଭଲ ଭାବରେ ଫିଲ୍ମର ମଜା ଉଠେଇଲୁ | ଶ୍ରଦ୍ଧା କପୁର ସାନଦାର ଲାଗୁଛନ୍ତି |

ଅଲି ଫଜଲ୍ କହିଲେ, ରାଜକୁମାର ଆପଣ ଫିଲ୍ମ ରେ ବହୁତ ଭଲ କାମ କରିଛନ୍ତି | ‘ସ୍ତ୍ରୀ’ ଖେଳ ବଦଳେଇବାକୁ ଯାଉଛି | ଶ୍ରଦ୍ଧା କପୁରଙ୍କର ଉପସ୍ଥିତି ମଜବୁତ ଅଟେ | ପଙ୍କଜ ତ୍ରିପାଠୀ, ମୁ Juhu PVR ରେ ଆପଣଙ୍କ ପାଇଁ ହୁଟିଙ୍ଗ କରିଛି |


Comments
Loading...