‘ଆଇନଷ୍ଟାଇନଙ୍କର’ ୯୦ ବର୍ଷ ପୁରୁଣା ଏହି ଚିଠି, ବିକା ଯାଇପାରେ ୧୨ ଲକ୍ଷ ଟଙ୍କାରେ !

0 215

ପ୍ରଖ୍ୟାତ ବୈଜ୍ଞାନିକ ଆଇନଷ୍ଟାଇନଙ୍କର ଗୋଟେ ଚିଠି ୧୨ ଲକ୍ଷ ଟଙ୍କାରେ ବିକା ଯାଇପାରେ | ଏହା ପାଇଁ ନିଲାମୀ ପ୍ରକ୍ରିୟା ଆରମ୍ଭ ହୋଇଗଲାଣି | ଏହି ଚିଠି ୯୦ ବର୍ଷ ପୁରୁଣା ଅଟେ | ଜର୍ମାନୀର ଭୌତିକ ବୈଜ୍ଞାନିକ ଆଲବର୍ଟ ଆଇନଷ୍ଟାଇନ ଚା ପିଇବା ପାଇଁ ନିଜ ବନ୍ଧୁଙ୍କୁ ଆମନ୍ତ୍ରଣ କରିଥିଲେ | ଅନଲାଇନ୍ ନିଲାମୀ ପାଇଁ ୧୨ ସେପ୍ଟେମ୍ବର ପର୍ଯ୍ୟନ୍ତ ନିଲାମୀ ଡକାଯାଇପାରେ |

ଭାଷା ଅନୁସାରେ, ଏହି ଚିଠିରେ ଆଇନଷ୍ଟାଇନଙ୍କର ହସ୍ତାକ୍ଷର ଅଛି | ଆମେରିକାର RR auction ଙ୍କ ଅନୁସାରେ ଏହି ଚିଠିରେ ଆଇନଷ୍ଟାଇନ ରିସିନଵାଚ ଓ ତାଙ୍କ ପତ୍ନୀଙ୍କୁ ଚା ପାଇଁ ଆମନ୍ତ୍ରିତ କରିଥିଲେ | ପତ୍ରରେ ୧୯ ଅକ୍ଟୋବର, ୧୯୨୮ ର ତିଥି ଲେଖା ହୋଇଥିଲା |

ଏହି ଚିଠି ସେ ସମୟରେ ଲେଖାଯାଇଥିଲା, ଯେବେ ଆଇନଷ୍ଟାଇନ ଓ ରିସିନଵାଚ ଓ ଅଷ୍ଟ୍ରିଆର ବୈଜ୍ଞାନିକ ଅରଭିନ ସ୍କୋଡିଙ୍ଗର Humboldt Berlin University ରେ ପଢୁଥିଲେ |

ଆଇନଷ୍ଟାଇନଙ୍କ ଚିଠିରେ ଲେଖାଥିଲା, ‘ମୋତେ ଲାଗୁଛି କି ଆପଣ ମୋ ସିଦ୍ଧାନ୍ତ ବିଷୟରେ ଯୋଉ ତର୍କସଙ୍ଗତ ଉପସ୍ଥାପନା ଦେଉଛନ୍ତି ତାହା ବାସ୍ତବରେ ସମ୍ଭବ ଅଟେ, କିନ୍ତୁ ଏହା ସବୁଠାରୁ ସହଜ ନୁହେଁ’ |

Comments
Loading...