‘Twitter’ ରେ ମଧ୍ୟ ଜଣାପଡିବ କିଏ ଅନଲାଇନ୍ ଅଛି, ୨ଟା ନୂଆ ଫିଚର୍ସ ଯୋଡ଼ାଯିବ |

0 196

ସୋସିଆଲ ମିଡିଆରେ ଆକ୍ଟିଭ୍ ରହିବା ଅଲଗା କଥା ଅଟେ କିନ୍ତୁ ଆପଣ ଆକ୍ଟିଭ୍ ଅଛନ୍ତି, ଏହି କଥାର ସୂଚନା ଅନ୍ୟକୁ ଦେବା ଏହା ଅଲଗା କଥା ଅଟେ | ଏବେ ଟ୍ୱିଟର୍ ମଧ୍ୟ ଏମିତି ଏକ ନୂଆ ଫିଚର୍ସ ନେଇଆସୁଛି | ଯାହା କିଛି ଲୋକଙ୍କ ପାଇଁ ମୁଣ୍ଡବିନ୍ଧା ର କାରଣ ବନିପାରେ |

ଏବେ ସେହି ଦିନ ବେଶୀ ଦୂର ନାହିଁ ଯେବେ ଟ୍ୱିଟର୍ ରେ ମଧ୍ୟ ଆପଣ ଅନଲାଇନ ରହିଥିବା ଜଣାପଡିବ | ବର୍ତ୍ତମାନ ଏହି ଫିଚର୍ସ ର ଆରମ୍ଭ ହୋଇନାହିଁ, କିନ୍ତୁ ଟେଷ୍ଟିଙ୍ଗ କରାଯାଉଛି | ବସ୍ତୁତଃ ଏହି ଫିଚର୍ସ ସିଧା ତରିକାରେ କହିବନି କି ଆପଣ ଅନଲାଇନ ଅଛନ୍ତି |

ଟ୍ୱିଟର୍ ର CEO ‘Jack Dorsi’ ଟ୍ୱିଟର୍ ର ପ୍ରଡକ୍ଟ ମ୍ୟାନେଜର ‘Sarah Haidar’ ଙ୍କୁ ଟ୍ୱିଟ୍ ସେୟାର କରିଛନ୍ତି | ଏହି ଟ୍ୱିଟ୍ ରେ ୨ଟା ନୂଆ ଫିଚର୍ସ ଦେଖିପାରିବେ | କିଛି ସ୍କ୍ରୀନ୍ ସଟ୍ ଦେଖିକି ଅନ୍ଦାଜା ଲାଗିଯାଇପାରେ କି କମ୍ପାନୀ ଟ୍ୱିଟରେ କରାଯାଇଥିବା ରିପ୍ଲାଏ ରେ କମେଣ୍ଟ ଅପସନ୍ ଦିଆଯିବ |

‘Sarah Haidar’ ଟ୍ୱିଟରେ କହିଛନ୍ତି କି, ପ୍ରେଜେନ୍ସରେ ଏକ ସ୍ଟାଟସ ଇଣ୍ଡିକେଟର ଅଛି ଓ ଏବେ ପାଇଁ ଏଥିରେ ଆପଣଙ୍କ ପ୍ରୋଫାଇଲ ଫୋଟୋରେ ଗ୍ରୀନ୍ ଡଟ ଭଳି ରହିବ, ଯାହାର ମାନେ ଆପଣ ଅନଲାଇନ୍ ଅଛନ୍ତି | ଏହି ଜରିଆରେ କୁହାଯିବ କି ୟୁସର୍ ଅନଲାଇନ୍ ଅଛି କି ନାହିଁ |

ଆପଣଙ୍କୁ କହିଦଉଛୁ କି ଫେସବୁକ ଓ ଇନଷ୍ଟାଗ୍ରାମ୍ ରେ ଏମିତି ଫିଚର୍ସ ଅଛି | ଏଥିରେ ମଧ୍ୟ କମେଣ୍ଟସ୍ ରେ ୟୁସର୍ ର ପ୍ରୋଫାଇଲ ଫୋଟୋରେ ଗ୍ରୀନ୍ ଡଟ ଜରିଆରେ କୁହାଯାଏ କି ୟୁସର୍ ଅନଲାଇନ୍ ଅଛି କି ନାହିଁ | କମେଣ୍ଟ ରେ ରିପ୍ଲାଏ କରିବାର ଫିଚର୍ସ ମଧ୍ୟ ଫେସବୁକରେ ଆଗରୁ ଅଛି |

ଏହି ଟ୍ୱିଟ୍ ପରେ ଟ୍ୱିଟର୍ ୟୁସର୍ ଙ୍କ ଫିଡବ୍ୟାକ ମଧ୍ୟ ଆସିଛି | ଏଥିମଧ୍ୟରୁ କେତେକ ଲୋକ ଚିନ୍ତାରେ ମଧ୍ୟ ଅଛନ୍ତି କି ଏବେ ଟ୍ୱିଟର୍ ରେ ମଧ୍ୟ ଅନଲାଇନ୍ ରହିବାର ଖବର ଅନ୍ୟମାନଙ୍କୁ ଜଣାପଡିବ |

ଟ୍ୱିଟର୍ ର CEO ‘Jack Dorsi’ ଟ୍ୱିଟ୍ ରେ କହିଲେ, ଟ୍ୱିଟର୍ ର ୨ଟା ନୂଆ ଫିଚର୍ସ – Presence and threading |

Comments
Loading...