ସମଲିଙ୍ଗ ମାନଙ୍କୁ ଐତିହାସିକ ନିଷ୍ପତି ମିଳିଲା – କରନ୍ ଜୋହର୍ !

0 223

ସମଲିଙ୍ଗ ମାନଙ୍କୁ ଐତିହାସିକ ନିଷ୍ପତି ମିଳିଲା, ସତେଯେପରି ଦେଶକୁ ଅକ୍ସିଜେନ୍ ମିଳିଗଲା – କରନ୍ ଜୋହର୍ !

ଧାରା ୩୭୭ ରେ ସୁପ୍ରିମ୍ କୋର୍ଟର ନିଷ୍ପତି ଉପରେ ‘କରନ୍ ଜୋହର୍’ ଙ୍କର ରିଆକ୍ସନ୍ ସାମ୍ନାକୁ ଆସିଛି | ସେ ଖୋଲା ମନରେ ଏହି ନିଷ୍ପତିକୁ ସ୍ଵାଗତ କରିଛନ୍ତି |

ଧାରା ୩୭୭ ରେ ସୁପ୍ରିମ୍ କୋର୍ଟ ଐତିହାସିକ ନିଷ୍ପତି ଶୁଣାଇଛି | କୋର୍ଟ କହିଲା ଯେ, ୨ ବୟସ୍କଙ୍କ ମଧ୍ୟରେ ସମଲିଙ୍ଗ ବିଶିଷ୍ଟ ସମ୍ପର୍କ ଅପରାଧ ନୁହେଁ | SC ଧାରା ୩୭୭ ରେ ବ୍ୟକ୍ତିଗତ ପସନ୍ଦକୁ ସାନମାନ୍ ଦେବା କଥା କୁହାଯାଇଛି | ଏହି ନିଷ୍ପତିରେ ବଲିଉଡ୍ ରୁ ମଧ୍ୟ ରିଆକ୍ସନ୍ ସାମ୍ନାକୁ ଆସିବାରେ ଲାଗିଛି | ‘କରନ୍ ଜୋହର୍’ ଧାରା ୩୭୭ କୋର୍ଟର ନିଷ୍ପତିକୁ ଖୋଲା ହୃଦୟରେ ସ୍ୱାଗତ କରିଛନ୍ତି | ଏହା ମାନବତାର ସବୁଠୁ ବଡ ବିଜୟ ବୋଲି କୁହାଯାଇଛି |

‘କରନ୍ ଜୋହର୍’ ଇନଷ୍ଟାରେ LGBT କମ୍ୟୁନିଟିର ପତକା ସହିତ ଚୂଡାନ୍ତରେ | ମେସେଜ୍ ଲେଖିବା ସହିତ ଫୋଟୋ ପୋଷ୍ଟ କରିଛନ୍ତି | କ୍ୟାପ୍ସନ୍ ରେ ଲେଖାହୋଇଛିଐତିହାସିକ ନିଷ୍ପତି | ଆଜି ମୋତେ ଗର୍ବ ଅନୁଭବ ହଉଛି | ସମଲିଙ୍ଗତା ମାନଙ୍କୁ ଅପରାଧ ମୁକ୍ତ କରିବା ଓ ଧାରା ୩୭୭ କୁ ଶେଷ କରିବା ମାନବ ଜାତି ପାଇଁ ବଡ଼ ବିଜୟ ଅଟେ | ଦେଶକୁ ଅକ୍ସିଜେନ୍ ପୁଣିଥରେ ମିଳିଲା | “

ବାୟୋଗ୍ରାଫିରେ କରନ୍ କହିଥିଲେ ଯେ, ‘Homosexual’ ଅଛି କି ନାହିଁ ?

ଏଠାରେ ଆମେ କହିରଖୁଛୁ କି, ‘କରନ୍ ଜୋହର୍’ ଙ୍କର ‘Sexual’ ଷ୍ଟାଟସ୍ ଉପରେ ସବୁବେଳେ ଚର୍ଚ୍ଚା ହୁଏ | କିନ୍ତୁ କରନ୍ ଏହା ଉପରେ କେବେ ଖୋଲିକି କଥା ହେଇନାହାନ୍ତି | କିନ୍ତୁ ନିଜ ବାୟୋଗ୍ରାଫି ‘An Untouchable Boy’ ରେ କରନ୍ କହିଥିଲେ କି ସେ ‘Homosexual’ କି ନୁହେଁ | ବହିରେ କରନ୍ ଲେଖିଛନ୍ତି କି, ‘ସବୁ ଜାଣିଛନ୍ତି ମୋ ‘Sexuality’ କଣ’ ? କିନ୍ତୁ ଯଦି ମୋତେ ଏହା ନିଜ ମୁହଁରେ କହିବାକୁ ପଡେ, ତାହାଲେ ଏମିତି ମୁଁ କହିପାରିବିନି | କାରଣ ମୁ ଏମିତି ଏକ ଦେଶରେ ରହୁଛି, ଯୋଉଠି ମୋତେ ଏମିତି କହିବା ଦ୍ୱାରା ଜେଲ୍ ମଧ୍ୟ ହୋଇପାରେ |

ସେ ଲେଖିଥିଲେ, ”ମୁଁ ଏଥିପାଇଁ କହିବାକୁ ଚାହୁଁନି କାରଣ ମୁଁ ଆଫେୟାର୍ ର ଚକ୍କର୍ ରେ ପଡ଼ିବାକୁ ଚାହୁଁନି | ମୋ ପାଖରେ ଜବ୍ ଅଛି, ମୋରୋ କିଛି କମିଟମେଣ୍ଟ ଅଛି, ମୋ କମ୍ପାନୀରେ ବହୁତ ଲୋକ କାମ କରୁଛନ୍ତି, ମୁଁ ବହୁତ ଲୋକଙ୍କ ପ୍ରତି ଦାୟିତ୍ୱବାନ ଅଛି | କୋର୍ଟରୁମ୍ ରେ ବସିବାକୁ ଚାହୁଁନି |

Comments
Loading...